fbpx

(Video) ନ୍ୟୁୟର୍କରେ ଓଡ଼ିଆ ଫିଲ୍ମ ଦେଖିବେ ଦର୍ଶନ: ‘ଦମନ’-‘ପ୍ରତୀକ୍ଷା’ ପାଇଁ ନୂଆ ପରିଚୟ ପାଇଲା ଓଲିଉଡ ସିନେମା

ଓଡ଼ିଶା ଭାସ୍କର: ଅନେକ ବାଧାବିଘ୍ନ ଏବଂ ସମସ୍ୟା ଘେରରେ ଫସି ରହିଥିଲା ଓଡ଼ିଆ ସିନେ ଜଗତ । ଏହି ସମୟରେ ଚକଲେଟ ହିରୋ ବାବୁସାନ୍ ଓଲିଉଡକୁ ଦେଇଛନ୍ତି ନୂଆ ପରିଚୟ । ‘ଦମନ’ ସିନେମାରେ ଓଡ଼ିଶା ନୁହେଁ ସାରା ଭାରତରେ ସଫଳତାର ଏକ ନୂଆ ପର୍ଯ୍ୟାୟ ସେ ଆରମ୍ଭ କରିଛନ୍ତି । ଏହାପରେ ପ୍ରତୀକ୍ଷା ମଧ୍ୟ ବେଶ୍ ସଫଳତା ପାଇଥିଲା । ବର୍ତ୍ତମାନ ଏହି ସଫଳତାର ଖୁସି ଦ୍ୱିଗୁଣିତ ହେବାକୁ ଯାଉଛି । ଏଥର ରାଜ୍ୟ କି ଦେଶ ଭିତରେ ନୁହେଁ ବାହାର ଦେଶରେ ରିଲିଜ ହେବ ଏହି ଦୁଇ ଚଳଚ୍ଚିତ୍ର । ବିଦେଶରେ ଲୋକ ଦେଖିବେ ‘ଦମନ’ ଏବଂ ‘ପ୍ରତୀକ୍ଷା’ ସିନେମା ।

ଏବେ ବିଦେଶରେ ଇଂରାଜୀ ଭାଷାରେ ଦେଖିବେ ଓଡ଼ିଆ ଫିଲ୍ମ । ପୁରା ବିଶ୍ୱରେ ଓଡ଼ିଆ ଫିଲ୍ମକୁ ଏବେ ଉଚିତ୍ ସମ୍ମାନ ମିଳିପାରିଛି । ବିଦେଶର ସିନେମା ହଲରେ ଓଡ଼ିଆ ଫିଲ୍ମ ଚାଲିବ ବୋଲି ଅନୁମତି ମିଳିସାରିଛି । ଓଡ଼ିଆ ଭାଷା ଏବଂ ଓଡ଼ିଶାର କାହାଣୀ ଆଉ କାହାକୁ ଅଛପା ନାହିଁ । ଓଡ଼ିଶାର କାହାଣୀ ଅନେକ ଲୋକଙ୍କ ମନ ଜିଣୁଛି । ଫିଲ୍ମ ଜଗତରେ ସବୁବେଳେ ପଛରେ ରହୁଥିବା ଓଡ଼ିଶା ଏବେ ଆଉ ପଛରେ ହୋଇ ରହି ନାହିଁ । କାରଣ ବିଦେଶର ସିନେମା ହଲରେ ପଡ଼ିବାକୁ ଯାଉଛି ଦୁଇଟି ନିଛଟ ଓଡ଼ିଆ ଫିଲ୍ମ । ଦମନ ଏବଂ ପ୍ରତୀକ୍ଷା ଓଡ଼ିଆ ଫିଲ୍ମ ଜଗତକୁ ଏକ ନୁଆ ପରିଚୟ ଦେଇଥିଲା । ଭାରତ ବର୍ଷରେ ଦମନ ଏବଂ ପ୍ରତୀକ୍ଷାକୁ ଖୁବ ପ୍ରଶଂସା କରିଥିଲେ ଦର୍ଶକ ମାନେ । ଏହି ଫିଲ୍ମରେ ଓଡ଼ିଆ ସିନେମାରେ ଖୁବ ଭିନ୍ନ ସ୍ୱାଦ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବିକ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋ ଆମେରିକାନ ଆର୍ଟସ କାଉନସିଲ ପକ୍ଷରୁ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ । ଯେଉଁଥିରେ ବଛା ବଛା ୫୦ ଟି ଇଣ୍ଡିଆନ ଫିଲ୍ମ ଭିତରେ ସ୍ଥାନ ପାଇଛି ପ୍ରତୀକ୍ଷା ଓ ଦମନ । ଯାହାକୁ ନେଇ ଓଡ଼ିଆ ଫିଲ୍ମ ଜଗତରେ ଉତ୍ସହା ଦେଖା ଦେଇଛି । କାରଣ ଭାଷାଗତ ସଂରକ୍ଷଣ ନୀତିର ସୁଯୋଗ ନେଇ ନୁହେଁ ବରଂ ନିଜ ଦମରେ ଏହି ଫିଲ ଉତ୍ସବରେ ଦମନ ଏବଂ ପ୍ରତୀକ୍ଷା ନିଜର ସ୍ଥାନକୁ ତିଆରି କରିପାରି ଛନ୍ତି ।
ନା ଆକ୍ସନ ନା ଆଇଟମ ଡ୍ୟାନ୍ସ, ଏହି ଫିଲ୍ମରେ କିଛ ନାହିଁ । ପୁରା ଓଡ଼ିଆଙ୍କ ନିଜସ୍ୱ କାହାଣୀକୁ ନେଇ ହୋଇଛି ଫିଲ୍ମ ।

Get real time updates directly on you device, subscribe now.