fbpx

Big Breaking: ୨.୩୦ଟା ସୁଦ୍ଧା ୪୩ ଡିଗ୍ରୀ ଅତିକ୍ରମ କଲା ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ଦିନ ୨.୩୦ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ଛୁଇଁଛି । ସେହିପରି କେନ୍ଦୁଝରର ତାପମାତ୍ରା ୪୨.୭, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି । ଏଥିସହ ରାଉରକେଲାର ତାପମାତ୍ରା ୪୦.୬, ଝାରସୁଗୁଡା ୩୯.୯, ସମ୍ବଲପୁର-୩୯.୪ ଡିଗ୍ରୀ ତାପମାତ୍ରା ରହିଛି ।

୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ରେଡ୍ ଆର୍ଲଟ ଜାରି କରାଯାଇଛି। ଭୁବନେଶ୍ୱରରେ ଚଳିତ ସିଜିନରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀରେ ୪୧.୬ ତାପମାତ୍ରା ରେକର୍ଡ ହୋଇଛି। ଏହାପୂର୍ବରୁ କଟକ ଓ ଭୁବନେଶ୍ୱର ସମେତ ଆଜି ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

Get real time updates directly on you device, subscribe now.