fbpx

ସିବିଏସଇ ଦ୍ୱାଦଶ ପରୀକ୍ଷା; ୯୯.୨% ମାର୍କ ରଖି ଟପ୍ପର ହୋଇଥିବା ସୁରଭି କହିଲେ କିପରି କରୁଥିଲେ ପ୍ରସ୍ତୁତି

Advertisement

ନୋଏଡା: ସିବିଏସଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ଘୋଷଣା କରିଦିଆଯାଇଛି । ତେବେ ଏଥିରେ ନୋଏଡାର ଆମିଟି ସ୍କୁଲର ଛାତ୍ରୀ ସୁରଭି ମିତ୍ତଲ ସର୍ବାଧିକ ୯୯.୨% ମାର୍କ ରଖିଛନ୍ତି । ଏଥିମଧ୍ୟରୁ ସେ ଇଂରାଜୀରେ ୧୦୦ ଓ ଗଣିତରେ ୯୮ ମାର୍କ ରଖିଛନ୍ତି ।ସୁରଭି ସାଇକୋଲଜି, ପଲିଟିକାଲ୍ ସାଇନ୍ସ, ଇଂରାଜୀ, ମ୍ୟାଥ୍‌, ଇକୋନୋମୀ ଆଦି ବିଷୟ ସହ ପରୀକ୍ଷା ଦେଇଥିଲେ । ଭବିଷ୍ୟତରେ ସୁରଭି ଇକୋନୋମିଷ୍ଟ ହେବାକୁ ଚାହାନ୍ତି । ଏଥିପାଇଁ ସେ ବିଦେଶ ଯାଇ ପଢିବାକୁ ଚାହାନ୍ତି ।

ଦୈନିକ ସେ ୮ରୁ ୯ଘଣ୍ଟା ପର୍ଯ୍ୟନ୍ତ ପଢୁଥିଲେ । ପରୀକ୍ଷାର କିଛିଦିନ ପୂର୍ବରୁ ସେ ଏତିକି ସମୟ ପଢା ଆରମ୍ଭ କରିଥିଲେ । ସେ କହିଛନ୍ତି ସ୍କୁଲରେ ପ୍ରି ବୋର୍ଡ ବ୍ୟତିତ ଅନ୍ୟାନ୍ୟ ବହୁ ପରୀକ୍ଷା ବି ହୋଇଥାଏ । ଏହି ସମସ୍ତ ପରୀକ୍ଷା ଲାଗି ପୁରା ସିଲାବସ୍ ଭଲ ଭାବରେ ପଢାଯାଇଥାଏ । ସୁରଭି କହିଛନ୍ତି ପାଠ ପଢିବା ସହ ଖେଳକୁଦ ବି ଜରୁରୀ ହୋଇଥାଏ । ସୋସିଆଲ ମିଡିଆରେ ଅଧିକ ସମୟ ନ ଦେଇ ଅଧିକ ସମୟ ପଢାରେ ଦେବାକୁ ସେ କହିଛନ୍ତି । ସୁରଭି ସାଇକୋଲଜିରେ ୯୯, ପଲିଟିକାଲ ସାଇନ୍ସରେ ୧୦୦, ମ୍ୟାଥରେ ୯୮, ଇକୋନୋମୀରେ ୯୯ ନମ୍ବର ଆଣିଛନ୍ତି । ଆରମ୍ଭରୁ ସେ ଇକୋନୋମୀରେ କ୍ୟାରିୟର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ସେ କହିଛନ୍ତି ଚାପଗ୍ରସ୍ତ ହୋଇ କେବେ ପାଠ ପଢିବା ଅନୁଚିତ । ଶିକ୍ଷକ ଓ ପିତାମାତାଙ୍କ ପୁରା ସହଯୋଗ ତାଙ୍କୁ ମିଳିଛି ବୋଲି ସେ କହିଛନ୍ତି । ସେ ସେଲ୍ଫ ଷ୍ଟଡୀ କରିଛନ୍ତି ଓ କେବେ କେବେ ୟୁଟ୍ୟୁବ ଓ ଅନ୍ୟ ଲେଖକଙ୍କ ପୁସ୍ତକର ସାହାରା ନେଇଛନ୍ତି । ତାଙ୍କ ପିତା ଜଣେ ଇଂଜିନିୟର ହୋଇଥିବା ବେଳେ ମା’ ଶିକ୍ଷୟିତ୍ରୀ ଅଟନ୍ତି । ସେ କହିଛନ୍ତି ଟାଇମ୍ ମ୍ୟାଜେଜମେଣ୍ଟ କରି ପଢିଲେ ପରୀକ୍ଷା ସମୟରେ ଚାପ ରହିବନି ।

Get real time updates directly on you device, subscribe now.