fbpx

୮ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୨ା୧୨: ପଞ୍ଜାବ ସରକାରଙ୍କ ତରଫରୁ ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଆସିଛି । ସମୁଦାୟ ୮୩୯୩ଟି ପଦବୀ ରହିଛି । ଏହାର ଆବେଦନ ପ୍ରକ୍ରିୟା ୧ ଡିସେମ୍ବର ଠାରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି । ଶିକ୍ଷକ ଚାକିରି ଆଶାୟୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ପ୍ରାର୍ଥୀଙ୍କର ଚୟନ ମେରିଟ ଲିଷ୍ଟ ଓ ଲିଖିତ ପରୀକ୍ଷାରେ ପ୍ରଦର୍ଶନକୁ ଭିତ୍ତିକରି କରାଯିବ । ଯୁକ୍ତ ଦୁଇ ପାସ୍ ସହ ୪୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏଥିରେ ଆବେଦନ କରିବାକୁ ଯୋଗ୍ୟ ହେବେ । ବୟସ ସୀମା ୧୮ରୁ ୩୭ ବର୍ଷ ରଖାଯାଇଥିବା ବେଳେ କ୍ୟାଟେଗୋରୀ ଅନୁସାରେ ଏହାର ନିୟମ କୋହଳ ରହିଛି । ଆବେଦନ ଫିସ ୧୦୦୦ ଟଙ୍କା ରହିଥିବା ବେଳେ ସ୍ୱତନ୍ତ୍ର କ୍ୟାଟେଗୋରୀଙ୍କ ପାଇଁ ସାମାନ୍ୟ ଛାଡ଼ କିମ୍ବା ସମ୍ପୂର୍ଣ୍ଣ ଛାଡ଼ ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.