fbpx

ହଠାତ୍ କମିଗଲା ସୁନା ଦର, ଜାଣନ୍ତୁ କେତେ ?

ଭୁବନେଶ୍ୱର, ୨ା୧୨ (ଓଡିଶା ଭାସ୍କର): ବଜାରରେ ସୁନା ଓ ରୂପା ଦାମ ଲଗାତର ଭାବେ କମିବାରେ ଲାଗିଛି । ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୯୨୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୯୨୦ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୯୦୦ ଟଙ୍କା ଓ ୪୮,୯୮୪ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୯୨୦ ଟଙ୍କା ଓ ୪୭,୯୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୦୫୦ ଟଙ୍କା ଓ ୫୧,୩୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୨୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୩୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୪୧୦ ଟଙ୍କା ଓ ୫୦,୫୧୦ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୪,୭୦୦ ଟଙ୍କା ଥିବା ରେକର୍ଡ ହୋଇଛି।

ତେବେ ଦୀପାବଳି ଓ ଧନତେରସ ଯିବା ପରେ ସୁନାର ଚାହିଦା ହଠାତ କମିଯାଇଛି । ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲରୀ ସଂଘର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୪୭୫ ଟଙ୍କା ହ୍ରାସ ପାଇଛି । ଅପରପକ୍ଷରେ ରୂପା ଦର ୧୪୧୭ ଟଙ୍କା କମିଯାଇଛି ।

Get real time updates directly on you device, subscribe now.