fbpx

୩୬ ଘଣ୍ଟାରେ ହଜିଗଲେ ୮୦ ହଜାର ଫଲୋର୍ସ ; ଜାଣନ୍ତୁ କାହାର…

ନୂଆଦିଲ୍ଲୀ: ବଲିଉଡ୍ ହେଉ କିମ୍ବା ବଡବଡ ତାରକା ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି । କିଏ ନିଜର ଫୋଟ ସେୟାର କରି ଫ୍ୟାନ୍ସ ଫଲୋର୍ସ ବଢାନ୍ତି ତ ଆଉ କିଏ ନିଜର ବିବାଦୀୟ ବୟାନ ଦେଇ । କିନ୍ତୁ ଏମିତି ହଠାତ୍ ୩୬ ଘଣ୍ଟାରେ ୮୦ ହଜାର ଫଲୋର୍ସ କମିଯିବା ତାହା ଟିକେ ଆଶ୍ଚର୍ଯ୍ୟ ଲାଗୁଛି … । ହଁ ଏହା ଘଟିଛି ବଲିଉଡ୍ର ଭେଟେରାନ ଅଭିନେତା ଅନୁପମ୍ ଖେରଙ୍କ ସହ ।

ଏବେ ଅନୁମପମ୍ ଖେରଙ୍କ ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । ଏହି ଟ୍ୱିଟ୍ରେ ଅନୁପମ୍ ଖେର ଦାବି କରିଛନ୍ତି ଯେ ମାତ୍ର ୩୬ ଘଣ୍ଟା ମଧ୍ୟରେ ୮୦ ହଜାର ଫଲୋର୍ସ କମି ଯାଇଛି । ଅନୁପମ୍ ଖେରଙ୍କ କଥା କହିଲେ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ସେ ବଲିଉଡ୍ ଠାରୁ ଆରମ୍ଭ କରି ରାଜନୈତିକ , ସାମାଜିକ ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ନିଜ ମତକୁ ଖୋଲିକରି ପ୍ରକାଶ କରଥାନ୍ତି । ସେ ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ସେୟାର କରି ତାଙ୍କ ଫ୍ୟାନ୍ସ ମାନଙ୍କ ସହ ନିଜକୁ ଯୋଡି ରଖନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହଠାତ୍ ତାଙ୍କର ଟ୍ୱିଟରରେ ଫଲୋର୍ସ କିପରି ହ୍ରାସ ପାଇଲା ତାହା ଦେଖି ସେ ଚିନ୍ତିତ ହୋଇଛନ୍ତି ।

କମ୍ ହୋଇଯାଇଥିବା ଫଲୋର୍ସକୁ ନେଇ ଜାଣିବା ପାଇଁ ଅନୁପମ୍ ଖେର ଟ୍ୱିଟରକୁ ଏକ ପ୍ରଶ୍ନ ପଚାରି ଲେଖିଛନ୍ତି, ପ୍ରିୟ ଟ୍ୱିଟର ଏବଂ ଟ୍ୱିଟର ଇଣ୍ଡିଆ, ମୁଁ ଗତ ୩୬ ଘଣ୍ଟା ମଧ୍ୟରେ ୮୦ ହଜାର ଫଲୋର୍ସଙ୍କୁ କମି ଯାଇଛିି , ଏହା କଣ ଆପଣଙ୍କ ଆପ୍ରେ ଟେକନିକାଲ୍ ସମସ୍ୟା ରହିଛି ନା ଆଉ କିଛି । ଏହା ମୋର ଏକ ପ୍ରକାରର ଯାଞ୍ଚ କୌଣସି ଅଭିଯୋଗ ନୁହେଁ ।

Get real time updates directly on you device, subscribe now.