fbpx

ଅମାନିଆ ଚାଳକ ହେବେ ସାବାଡ: ସରକାର ଧାର୍ଯ୍ୟ କଲେ ନୂଆ ସ୍ପିଡ଼ ଲିମିଟ୍

ନୂଆଦିଲ୍ଲୀ: ଗାଡ଼ିର ସ୍ପିଡ଼ ଉପରେ ଲଗାମ ଲଗାଇଛନ୍ତି ରାଜ୍ୟ ସରକାର । ରାସ୍ତାରେ ଗାଡ଼ି ଚଳାଇବା ବେଳେ ନିୟମ ଉଲ୍ଲଂଘନ କରୁଥିବା କିଛି ଅମାନିଆ ଚାଳକମାନଙ୍କୁ ସାବାଡ କରିବାକୁ ଦିଲ୍ଲୀ ସରକାର ନୂଆ ନିୟମ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ସ୍ପିଡ୍‌ ଲିମିଟ ଧାର୍ଯ୍ୟ କରିଥିବା ବେଳେ ଏଥିରେ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସଫା ସଫା କହିଛନ୍ତି । ଏଥିରେ ଖିଲାପ ହେଲେ ମୋଟା ଅଙ୍କର ଜୋରିମାନା ଜାଣିବାକୁ ପଡିବ ବୋଲି କହିଛନ୍ତି ସରକାର । ଏହା ପୂର୍ବରୁ ଜୋରିମାନା ବ୍ୟବସ୍ଥା ଥିଲେ ମଧ୍ୟ ପୁଣି ଥରେ ଏଥିରେ ସଂଶୋଧନ ଅଣାଯାଇଛି ।

ସଂଶୋଧନ ଅନୁସାରେ, ଦିଲ୍ଲୀରେ ଦୁଇ ଏବଂ ଚାରି ଚକିଆ ଯାନ ପାଇଁ ଭିନ୍ନ ଭିନ୍ନ ସ୍ପିଡ୍‌ ଲିମିଟ୍‌ ଧାର୍ଯ୍ୟ କରାଯାଇଛି । ସେହିଭଳି ୩ ଚକିଆ ଯାନ ପାଇଁ ମଧ୍ୟ ନୂଆ ସ୍ପିଡ୍‌ ଲିମିଟ୍‌ ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ରାସ୍ତାରେ କାର ପାଇଁ ସ୍ପିଡ୍‌ ଲିମିଟ୍‌ ୬୦-୭୦ କିମି ପ୍ରତି ଘଣ୍ଟା ରଖାଯାଇଛି । ସେହିପରି ଦୁଇ ଚକିଆ ଯାନ ପାଇଁ ସ୍ପିଡ୍‌ ଲିମିଟ୍‌ ୫୦-୬୦ କିମି ପ୍ରତି ଘଷ୍ଟା ଧାର୍ଯ୍ୟ ହୋଇଛି । ଟେମ୍ପୋ ଏବଂ ଅନ୍ୟ ୩ ଚକିଆ ଯାନ ସର୍ବାଧିକ ୪୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରିବ । ମିଳିଥିବା ସୂଚନା ଅନୁସାରେ ଡିଏମଡି ଉପରେ କାର ୭୦ କିମି ପ୍ରତି ଘଣ୍ଟା, ବାଇକ୍‌ ୬୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରିବ । ସେହିଭଳି ବାରାପୁଲା ବ୍ରିଜ୍‌ ଉପରେ କାର ଏବଂ ବାଇକ୍‌ ଉଭୟ ୬୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରିବ । ଦିଲ୍ଲୀରୁ ନୋଏଡା ଟୋଲ୍‌ ରୋଡ୍‌ରେ କାର ୭୦ km/hrରେ ଗତି କରିବାକୁ ଥିବା ବେଳେ ବାଇକ୍‌ ୬୦ ସ୍ପିଡ୍‌ରେ ଗତି କରିବ ।

ଏଥିସହ ଦିଲ୍ଲୀର ରିଙ୍ଗ ରୋଡ୍‌-ଆଜାଦପୁରରୁ ଚାନ୍ଦନୀ ଚୌକ ଭାୟା ମଡେଲ୍‌ ଟାଉନ କାର ଏବଂ ବାଇକ୍‌ ସ୍ପିଡ୍‌ ୫୦ କିମି ପ୍ରତି ଘଣ୍ଟା ବେଗରେ ଯିବ । ଏୟାରପୋର୍ଟ ରୋଡ୍‌ରେ କାର ଏବଂ ବାଇକ୍‌ ୬୦ ସ୍ପିଡ୍‌ ରେ ଗଡ଼ିପାରିବ । ଏହାସହ ଜନଗହଳିପୂର୍ଣ୍ଣ ରାସ୍ତା ଏବଂ ବଜାର ଭିତରେ କାର ଏବଂ ବାଇକ ୩୦ କିମି ପ୍ରତି ଘଣ୍ଟା ବେଗରେ ଚାଲିପାରିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.