fbpx

ଦୈନିକ ସଂକ୍ରମଣ ୮ ହଜାର ପାର୍: ୨୪ ଘଣ୍ଟାରେ ବାହାରିଲେ ୮୩୨୯ ପଜିଟିଭ, ୧୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ସକ୍ରିୟ ହେବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ୮ ହଜାର ପାର୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ୮୩୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୧୦ ପ୍ରତିଶତ ବଢ଼ିଛି ସଂକ୍ରମଣ ।

ଏହା ସହ ୨୪ ଘଣ୍ଟାରେ ୧୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୋଟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୭୫୭କୁ ବୃଦ୍ଧି ପାଇଛି । ୪ ହଜାର ୨୧୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଆକ୍ଟିଭ ମାମଲା ୪୦,୩୭୦ ଥିବା ବେଳେ ମୋଟ ୪ କୋଟି ୨୬ ଲକ୍ଷ ୪୮ ହଜାର ୩୦୮ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.