fbpx

ପୁଣି ଓଡିଶାରେ ୮ ହଜାର ଟପିଲା ସଂକ୍ରମଣ: ଆଜି ୮୬୮୧ ପଜିଟିଭ୍‌, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ବି ଓଡିଶାରେ ସଂକ୍ରମଣ ସଂଖ୍ୟା ୮ ହଜାର ଟପିଛି । ରାଜ୍ୟରେ ଆଜି ୮,୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

ଏହା ସହ ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡରୁ ୨୪୩, ଅନୁଗୁଳୁରୁ ୪୧୯, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡାରୁ ୩୦୪, ଷ୍ଟେଟପୁଲରୁ ୨୭୭ ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩, ଦେବଗଡରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳରୁ ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି । ୬୧ ହଜାର ୬୯୮ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୩ ଲକ୍ଷ ୮୦ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.