fbpx

ONGCରେ ୮୭୧ଟି ପଦବୀ ଖାଲି, ଅନଲାଇନ ଆବେଦନ ଆରମ୍ଭ ହୋଇଗଲାଣି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଅଏଲ ଆଣ୍ଡ ଗ୍ୟାସ କର୍ପୋରେସନ (ଓଏନଜିସି) ଲିମିଟେଡ ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । କେମିଷ୍ଟ, ଜିଓଲୋଜିଷ୍ଟ, ଟ୍ରାନ୍ସପୋର୍ଟ ଅଫିସର ସହ ଆହୁରି ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ସୂଚନା ଜାଣିପାରିବେ ।

ଓଏନଜିସି ପକ୍ଷରୁ ମୋଟ ୮୭୧ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଗତ ୨୨ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ଏଥିରେ ଆବେଦନ କରିବା ପାଇଁ ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀମାନେ ୩୦୦ ଟଙ୍କା ଫିସ ପଇଠ କରିବେ । ଏସସି / ଏସଟି / ପିଡବ୍ଲ୍ୟୁବିଡି / ଏକ୍ସ-ସର୍ଭିସ ମ୍ୟାନଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି ।

ଅନଲାଇନ୍ ଆବେଦନ ଲିଙ୍କ: https://recruitment.ongc.co.in/

ନୋଟିଫିକେସନ ଲିଙ୍କ: https://ongcindia.com/documents/77751/2593733/adeng22092201.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ongcindia.com/

Get real time updates directly on you device, subscribe now.