fbpx

ରାଜଧାନୀରେ ୮୮ ବର୍ଷର ରେକର୍ଡ ଭାଙ୍ଗିଲା ପ୍ରଥମ ମୌସୁମୀ ବର୍ଷା; ଗୋଟିଏ ଦିନରେ ନେଲା ୫ ମୁଣ୍ଡ

Advertisement

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୁପ୍ରବାର ହୋଇଥିଲା ପ୍ରଥମ ମୌସୁମୀ ବର୍ଷା। ୩ ଘଣ୍ଟାରୁ ଅଧିକ ସମୟ ଧରି ଲଗିରହିଲା ବର୍ଷା। ଭାଙ୍ଗିଲା ଗତ ୮୮ ବର୍ଷର ରେକର୍ଡ। ବର୍ଷା ଜନିତ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ଦିଲ୍ଲୀ ଏନସିଆରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି ଏବଂ ବର୍ଷା ଯୋଗୁଁ ଏମସିଡି, ଏନଡିଏମସି, ଡିଡିଏ, ପିଡବ୍ଲ୍ୟୁଡି ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡର ସମସ୍ତ ପ୍ରସ୍ତୁତି ନଷ୍ଟ ହୋଇଯାଇଛି।

ଏପରିକି ଗତକାଲି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ଛାତର କିଛି ଅଂଶ ପାର୍କିଂ ହୋଇଥିବା କାର୍ ଉପରକୁ ଖସି ପଡ଼ିବାରୁ ଜଣେ କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବିମାନ ଚଳାଚଳକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ସେହିପରି ରୋହିଣୀର ପ୍ରେମ ନଗର ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶାହଦାରାର ନ୍ୟୁ ଉସମାନପୁର ଅଞ୍ଚଳରେ ବର୍ଷା ପାଣିରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି।

ଉତ୍ତର-ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ଏକ ଅଣ୍ଡରପାସ୍ ରେ ଥିବା ବର୍ଷା ପାଣିରେ ବୁଡ଼ି ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ସକାଳେ ବସନ୍ତ ବିହାରରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ତାଙ୍କ ଅବସ୍ଥା ଗୁରୁତର ରହିଛି। ଆଇଏମଡି ତଥ୍ୟ ଅନୁଯାୟୀ, ୧୯୩୬ ପରେ ଗତ ୮୮ ବର୍ଷ ମଧ୍ୟରେ ଜୁନ୍ ମାସରେ ସହରରେ ସର୍ବାଧିକ ଏବଂ ୧୯୦୧ରୁ ୨୦୨୪ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି।

Get real time updates directly on you device, subscribe now.