fbpx

୯ ଜିଲ୍ଲା ପରିଷଦ ସଭ୍ୟଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବିଜେପିର ଦାବି

ଭୁବନେଶ୍ୱର, ୧୭ା୧୨(ଓଡ଼ିଶା ଭାସ୍କର): ବରଗଡ଼ର ୯ ବିଜେପି ଜିଲ୍ଲା ପରିଷଦ ସଭ୍ୟ ବିଜେଡ଼ିରେ ମିଶିବା ଘଟଣା ଘଟିଥିଲା । ଏନେଇ ଆଜି ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସଂପୃକ୍ତ ଜିଲ୍ଲା ପରିଷଦ ସଭ୍ୟଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଦାବି କରିଛି ବିଜେପି । ଏହାସହ ଦଳବଦଳ ନିରୋଦ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେପି ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୫ତାରିଖ ଦିନ ଗଣମାଧ୍ୟମ ଆଗରେ ୯ଜିଲ୍ଲା ପରିଷଦ ସଦସ୍ୟ କହିଥିଲେ ଆମେ ନିଜ ଇଚ୍ଛାରେ ଭୁବନେଶ୍ୱର ଆସିଛୁ । ସେହିପରି ବିଜେପିରୁ ଇସ୍ତପା ଦେବା ପରେ ବିଜେଡ଼ିରେ ସାମିଲ ହୋଇଛୁ ବୋଲି ସେ କହିଥିଲେ । ବିଜେପି ଆଣିଥିବା ଅପହରଣ ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଏହାସହ ବିକାଶ ଧାରାରେ ସାମିଲ ହେବାକୁ ଆମେ ବିଜେଡ଼ରେ ମିଶିଛୁ ବୋଲି ସେମାନେ କହିଥିଲେ ।

Get real time updates directly on you device, subscribe now.