fbpx

୨ ପାକିସ୍ତାନୀ ସୈନ୍ୟ ସମେତ ୩ ଅନୁପ୍ରବେଶକାରୀ ନିହତ

ଶ୍ରୀନଗର,୧୭ ।୧୨: ଜମ୍ମୁ-କାଶ୍ମୀରର ସୁନ୍ଦରବନୀ ସେକ୍ଟରରେ ଅନୁପ୍ରବେଶକାରୀଙ୍କ ଉଦ୍ୟମ ପଣ୍ଡ କରିଛନ୍ତି ଭାରତୀୟ ଯବାନ । ଭାରତୀୟ ଯବାନଙ୍କ ଗୁଳିରେ ୨ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ଜଣାପଡିଛି । ମୃତ ସୈନ୍ୟ BATର ସ୍ପେଶାଲ ସର୍ଭିସ ଗ୍ରୁପର ଥିଲେ । ଭାରତ ମଧ୍ୟକୁ ଅନୁପ୍ରବେଶର ଉଦ୍ୟମ କରିଥିଲା ପାକିସ୍ତାନ ବର୍ଡର ଆକ୍ସନ ଟିମ୍-BAT ।

ତେବେ ଜାମ୍ମୁର ପାଲାମ୍ବାଲା-ସୁନ୍ଦରବନୀ ସେକ୍ଟରର କେରୀ ବଟ୍ଟଲ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ପାକ୍‌ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଭାରତୀୟ ସେନା ଶିବିର ଉପରକୁ ପାକ୍‌ ସୈନ୍ୟଙ୍କ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା । ଭାରତୀୟ ସୈନ୍ୟଙ୍କୁ ବିଚଳିତ କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ପାକ୍‌ ସେନା ଷଡ଼ଯନ୍ତ୍ର କରିଥିଲା। ଏପରି କି ପାକ୍‌ ସେନାର ଗୁଳିମାଡ଼ରେ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହାପରେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ୨ ପାକ୍‌ ସୈନ୍ୟ ନିହତ ହେବା ସହିତ ୩ ଅନୁପ୍ରବେଶକାରୀ ମଧ୍ୟ ନିପାତ ହୋଇଥିଲେ।

Get real time updates directly on you device, subscribe now.