fbpx

ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟା ହତ୍ୟାକାଣ୍ଡ: ୯ ଜଣ ଜେଲ କର୍ମଚାରୀ ସସପେଣ୍ଡ, ପୋଲିସ ଉପସ୍ଥିତିରେ ହୋଇଥିଲା ଛୁରାମାଡ଼

Advertisement

ନୂଆଦିଲ୍ଲୀ: ଗତ ୨ ତାରିଖରେ ଦିଲ୍ଲୀର ତିହାର ଜେଲରେ ଏକ ବଡ଼ଧରଣର ଗ୍ୟାଙ୍ଗୱାର ଦେଖିବାକୁ ମିଳିଥିଲା । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିୟାକୁ ଜେଲର ଗୋଟିଏ ଗୋଷ୍ଠୀର କିଛି ଲୋକ ଲୁହାରଡ଼ରେ ପିଟିପିଟି ହତ୍ୟା କରିଥିଲେ । ପରେ ଟିଲୁକୁ ମେଡିକାଲ ନିଆଯାଇଥିଲେ ହେଁ ସେଠାରେ ତା’ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ରୋହିଣୀ କୋର୍ଟ ଶୁଟଆଉଟର ମାଣ୍ଡର ମାଇଷ୍ଟ ଥିଲା ଟିଲୁ ।

ତେବେ ଟିଲୁ ହତ୍ୟାକାଣ୍ଡ ମାମଲାରେ ଏକ ବଡ଼ ଅପଡେଟ୍ ଆସିଛି । ଏହି ହତ୍ୟା ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କ ସମେତ ଜେଲର ମୋଟ ୯ ଜଣ କର୍ମଚାରରୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରି ଦିଆଯାଇଛି । ଟିଲୁ ଜେଲର ୯ ନମ୍ବର ସେଲରେ ରହୁଥିବା ବେଳେ ତାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା । ତେଣୁ ଏଭଳି ଏକ ବଡ଼ କାଣ୍ଡ ଘଟିବା ପରେ ଜେଲର ସୁରକ୍ଷାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଏହି ହତ୍ୟାକାଣ୍ଡ ପରେ କିଛି ନୂଆ ରହସ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଟିଲୁ ଉପରେ ଛୁରାମାଡ଼ କରାଯାଇଥିଲା । ଏନେଇ ଏକ ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । କିଛି ଲୋକ ଟିଲୁର ଶବକୁ ବାହାରକୁ ଆଣୁଥିବା ବେଳେ ଦୁଇଜଣ ଲୋକ ଓ ପୋଲିସର ଉପସ୍ଥିତିରେ ଟିଲୁର ଶରୀରରେ ଛୁରା ମାଡ଼ କରାଯାଇଥିବା ଭିଡିଓରେ ଦେଖାଯାଇଥିଲା । କିଛି ଲୋକ ଟିଲୁକୁ ବାହାରକୁ ଘୋଷାରି ଆଣୁଥିବା ବେଳେ ଏଥିରେ ବାଧା ଦେଇଥିବା ଜଣେ ବୃଦ୍ଧଙ୍କୁ ସେଠାରୁ ଠେଲି ଦିଆଯାଇଥିଲା । ଟିଲୁ ଉପରେ ୫୦ ଥର ଆକ୍ରମଣ କରାଯାଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.