fbpx
BJD SKY
BJD SKY

Fixed Depositରେ ମିଳୁଛି ୯ ପ୍ରତିଶତ ସୁଧ: ୧୬ଟି ବ୍ୟାଙ୍କର ଅଫର ଚେକ୍ କରନ୍ତୁ

BJD

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ନୂଆ ନୂଆ ଅଫର ଲଞ୍ଚ କରିଥାନ୍ତି । ତେବେ ଅନେକ ନିବେଶ ପ୍ଲାନରେ ଅଧିକ ସୁଧ ମିଳୁଥିଲେ ହେଁ ସେ କ୍ଷେତ୍ରରେ ହାଇ ରିସ୍କ ରହିଥାଏ । ତେଣୁ ଅଧିକାଂଶ ଗ୍ରାହକ ସେଥିରୁ ମୁହଁ ଫେରାଇ ନେଇଥାନ୍ତି । ଏଭଳି ସ୍ଥିତିରେ ବ୍ୟାଙ୍କର ସ୍ଥାୟୀ ଜମା ବା ଏଫଡି ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ବିକଳ୍ପ । ଗ୍ରାହକମାନେ ଏ ବିଷୟରେ ଭଲ ଭାବରେ ଜାଣିବା ପରେ ନିବେଶ କରିବା ଆବଶ୍ୟକ ।

ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୩ ବର୍ଷର ଏଫଡି ଉପରେ ୯.୧ ପ୍ରତିଶତ ସୁଧ ଅଫର କରୁଛି । ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଯୋଗ ରହିଛି । ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୩ ବର୍ଷର ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୮.୮୫ ପ୍ରତିଶତ ସୁଧ ପ୍ରଦାନ କରୁଛି । ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୩ ବର୍ଷର ଏଫଡି ଉପରେ ୮.୬୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ଡିସିବି ବ୍ୟାଙ୍କ ୩ ବର୍ଷର ଏଫଡି ଉପରେ ସିନିୟର ସିଡିଜେନ୍ସଙ୍କୁ ୮.୫୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ଇଣ୍ଡସଇଣ୍ଡ ବ୍ୟାଙ୍କ ଏହି ଅବଧିରେ ବରିଷ୍ଠ ନାଗରିକଙ୍କୁ ୮.୨୫ ପ୍ରତିଶତ ସୁଧ ପ୍ରଦାନ କରୁଛି ।

ଜନ୍ମ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୩୬୬ ଦିନରୁ ୪୯୯ ଦିନ ଅବଧି ପର୍ଯ୍ୟନ୍ତ ଏଫଡି ଉପରେ ୯ ପ୍ରତିଶତ ସୁଧ ପ୍ରଦାନ କରୁଛି । ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୪.୫୦ରୁ ୯.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । କର୍ଣ୍ଣାଟକ ବ୍ୟାଙ୍କ ୩ ବର୍ଷର ଅବଧି ପାଇଁ ୬.୯୦ ପ୍ରତିଶତି, ଏସଏମବି ବ୍ୟାଙ୍କ ୭.୮୦ ପ୍ରତିଶତ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୮.୨୫ ପ୍ରତିଶତ, କ୍ୟାପିଟାଲ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୭.୮୦ ପ୍ରତିଶତ, ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୮.୫୦ ପ୍ରତିଶତ, ନର୍ଥ ଇଷ୍ଟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୮ ପ୍ରତିଶତ, ଶିଭାଲିକ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୮.୫୦ ପ୍ରତିଶତ,

ଘରୋଇ ବ୍ୟାଙ୍କ ବ୍ୟତୀତ ଦେଶର କିଛି ପବ୍ଲିକ ସେକ୍ଟର ବ୍ୟାଙ୍କ ମଧ୍ୟ ସ୍ଥାୟୀ ଜମା ଉପରେ ଗ୍ରାହକଙ୍କୁ ଅଧିକ ସୁଧ ପ୍ରଦାନ କରୁଛନ୍ତି । ବ୍ୟାଙ୍କ ଅଫ୍ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ୭.୫୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରାଯାଉଛି । ୩ ବର୍ଷିଆ ଅବଧି ଉପରେ ଗ୍ରାହକଙ୍କୁ ଏହି ସୁବିଧା ମିଳୁଛି । ଆପଣମାନେ ଯଦି ଏହିସବୁ ବ୍ୟାଙ୍କରେ ୧ ଲକ୍ଷ ଟଙ୍କାର ଏଫଡି କରିବେ ତେବେ ଏହି ଅବଧି ସରିବା ପରେ ୧.୨୫ ଲକ୍ଷ ଟଙ୍କାର ରିଟର୍ଣ୍ଣ ପାଇବେ ।

Get real time updates directly on you device, subscribe now.