fbpx

ଗୋଟିଏ ଇନିଂସରେ ବୋଲିଂ କଲେ ୯ ଜଣ ଖେଳାଳି:IPL ଇତିହାସରେ ନୂଆ ଅଧ୍ୟାୟ ଲେଖିଲେ ରାହୁଲ

AAKASH

ମୋହାଲି: ହାଇ ସ୍କୋରିଙ୍ଗ ମ୍ୟାଚରେ ପଞ୍ଜାବକୁ ୫୬ ଧନରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ବିସ୍ଫୋରକ ବ୍ୟାଟିଙ୍ଗ ପରେ ଚତୁର ବୋଲିଂ ଦଳକୁ ଏହି ବିଶାଳ ବିଜୟ ଭେଟି ଦେଇଛି। ତେବେ ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିଛି। କିନ୍ତୁ ଅଧିନାୟକ ଭାବରେ କେ. ଏଲ ରାହୁଲ ଏକ ନୂଆ ଇତିହାସ ଲେଖିଛନ୍ତି। ଆଇପିଏଲରେ ପ୍ରଥମ ଥର କୌଣସି ଦଳ ପକ୍ଷରୁ ଗୋଟିଏ ଇନିଂସରେ ୯ ଜଣ ଖେଳାଳି ବୋଲିିଂ କରିଛନ୍ତି। କେବଳ ଅଧିନାୟକ ରାହୁଲ ଏବଂ ୱିକେଟ କିପର ନିକୋଲସ ପୂରନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ଏହି ମ୍ୟାଚରେ ବୋଲି କରିଛନ୍ତି। ଯାହା ଫଳରେ ଲକ୍ଷ୍ନୌର ୨୫୮ ରନ୍ ଲକ୍ଷ୍ୟର ପିଛା କରି ୫୬ ରନ୍ ପଛରେ ରହିଯାଇଛି ପଞ୍ଜାବ କିଙ୍ଗସ୍।

ପଞ୍ଜାବକୁ ୨୫୮ ରନ୍ ବିଶାଳ ସ୍କୋର ଟାର୍ଗେଟ ଥିବା ପରେ ଶିଖର ସେନା ପାଇଁ ଚକ୍ରବ୍ୟୁହ ରଚିଥିଲେ ଲକ୍ଷ୍ନୌ ଅଧିନାୟକ କେ ଏବଂ ରାହୁଲ। ପଞ୍ଜାବ ବିପକ୍ଷରେ ଦଳର ୯ ଜଣ ଖେଳାଳିଙ୍କ ଦ୍ୱାରା ସେ ବୋଲିଂ କରାଇଛନ୍ତି। ଯାହା ଫଳରେ କେବଳ ରବି ବିଷ୍ଣୋଇ ଏବଂ ନବୀନ-ଉଲ-ହକ ହିଁ ନିଜ କୋଟାର ୪ ଓଭର ଶେଷ କରି ପାରିଛନ୍ତି। ତେବେ ଷ୍ଟାର ବ୍ୟାଟ୍ସମ୍ୟାନ୍ ଆୟୁଷ ବଦୋନୀ ଏହି ଇନିଂସରେ ମାର୍କସ ଷ୍ଟୋଇନିସଙ୍କ ବାକି ମାତ୍ର ଗୋଟିଏ ବଲ ପକାଇଛନ୍ତି। ସେହିପରି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଏବଂ କାଜଲ ମାର୍କସ ମଧ୍ୟ ମାତ୍ର ଗୋଟିଏ ଓଭର ବୋଲିିଂ କରିଛନ୍ତି। ଏହି ବ୍ୟତୀତ ଅମିତ ମିଶ୍ରା ଏବଂ ଆଭେଶ ଖାନ ଦୁଇ ଓଭର ଲେଖାଏଁ ବୋଲିଂ କରିଛନ୍ତି।

ତେବେ ଦଳ ପାଇଁ ସବୁଠୁ ସଫଳ ବୋଲର ପାଲଟିଛନ୍ତି ୟଶ ଠାକୁର। ପଞ୍ଜାବ ବିପକ୍ଷରେ ୩.୫ ଓଭର ବୋଲିିଂ କରି ୪ ଜଣ ଖେଳାଳିଙ୍କୁ ପାଭିଲିୟନ ପଠାଇଛନ୍ତି। ତେବେ ନବୀନ-ଉଲ-ହକ ମଧ୍ୟ ପଞ୍ଜାବର ୩ ଜଣ ଖେଳାଳିଙ୍କ ୱିକେଟ ଅକ୍ତିଆର କରିଥିବା ବେଳେ ରବି ବିଷ୍ଣୋଇ ୨ଟି ଏବଂ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏଁ ଶିକାର କରିଛନ୍ତି। ଅନ୍ୟ ପକ୍ଷରେ ରାହୁଲଙ୍କ ଏହି ମାଷ୍ଟର ଷ୍ଟ୍ରୋକ ଆଗରେ ଭୁଷୁଡି ପଡିଛି ପଞ୍ଜାବର ବ୍ୟାଟିଙ୍ଗ ୟୁନିଟ। ଅଥର୍ବ ତାଇଡେ ପଞ୍ଜାବର ଏକମାତ୍ର ଖେଳାଳି ଭାବେ ଅର୍ଦ୍ଧଶତଖ ହାସଲ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ତାଙ୍କ ସାଥ ଦେଇଛନ୍ତି ନାହାନ୍ତି। ଫଳରେ ବିଜୟ ଲକ୍ଷ୍ୟରୁ ୫୬ ରନ୍ ପଛରେ ରହି ପରାସ୍ତ ହୋଇଛି ପଞ୍ଜାବ କିଙ୍ଗସ୍।

Get real time updates directly on you device, subscribe now.