fbpx
BSKY
BJD YOUTH SKY
BJD MS SKY

ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ, ପୋଷଣଯୁକ୍ତ ଆହାର ଦେବା ପାଇଁ ସରକାର ଯୋଗାଇବେ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ

ଭୁବନେଶ୍ୱର: ମାଣ୍ଡିଆ ପୋଷକ ତତ୍ତ୍ୱରେ ଭରପୂର। ଯେଉଁଥିରେ କ୍ୟାଲସିୟମ୍, ଭିଟାମିନ ଓ କାର୍ବୋ- ହାଇଡ୍ରେଟ୍ ଆଦି ରହିଛି। ଫାଇବରରେ ଭରା ମାଣ୍ଡିଆ କେବଳ ଓଜନକୁ ନିୟନ୍ତ୍ରଣ କରି ନଥାଏ, ବରଂ ପାଚନ ଶକ୍ତିକୁ ମଧ୍ୟ ତୀବ୍ର କରିଥାଏ । ମାଣ୍ଡିଆରେ କ୍ୟାଲସିୟମ୍ ଅଭାବକୁ ଦୂର କରେ । କ୍ୟାଲସିୟମରେ ଥିବା ମାଣ୍ଡିଆ ହାଡ଼ ଓ ଦାନ୍ତକୁ ମଜଭୂତ କରେ। ମାଣ୍ଡିଆ ଅଷ୍ଟିଓଫୋ ରୋସିସ୍ ପରି ସମସ୍ୟାକୁ ଦୂର କରିବାରେ ବେଶ୍ ସହାୟକ ହୋଇଥାଏ । ଏଥିରେ ବହୁ ମାତ୍ରାରେ ପଲିଫୋନେଲ୍ ଓ ଡାଏଟରୀ ଫାଇବର ରହିଛି,ଯାହା ଶରୀରରେ ବଢୁଥିବା ଶର୍କରାସ୍ତରକୁ ନିୟନ୍ତ୍ରିତ କରିଥାଏ।

ତେବେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କୁ ସ୍ବାସ୍ଥ୍ୟକର ଓ ନିରାପଦକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନ ଦିଆଯାଏ। ଏହି ମଧ୍ୟାହ୍ନ ଭୋଜନ ତାଲିକାରେ ପୋଷଣଯୁକ୍ତ ଖାଦ୍ୟକୁ ସାମିଲ କରିବା ପାଇଁ ଏଥର ମାଣ୍ଡିଆକୁ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଛି ।

କେନ୍ଦ୍ର ସରକାରଙ୍କ ପିଏମ୍-ପୋଷଣ, ୟୁଏନ୍ ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସ୍କୁଲ୍ ଯାଉଥିବା ପିଲାଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ଓଡ଼ିଶାର ପ୍ରତ୍ୟେକ ପିଲାଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର, ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିଆସୁଛନ୍ତି ।

ଏହାସହିତ ବହୁ ସମୟରେ ମଧ୍ୟାହ୍ନ ଭୋଜନରେ ପୋକ କିମ୍ବା ଅନିୟମିତତା ଅଭିଯୋଗ ଆସେ । ତେଣୁ ଏହାକୁ ଦୂର କରିବ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ପ୍ରସ୍ତୁତ ସମୟରେ ସ୍ଵଚ୍ଛତା ଅଭ୍ୟାସ ସମ୍ପର୍କରେ ଅବଗତ କରିବା ଲାଗି ‘ଫୋସାଫଏମ୍‌ଡିଏମ୍’ ମୋବାଇଲ୍ ଆପ୍ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମକୁ ଆହୁରି ସୁ- ବ୍ୟବସ୍ଥିତ କରିବାକୁ ଉଦ୍ୟମ ହେଉଛି । କେବଳ ଏତିକି ନୁହେଁ ଚାଉଳର ପୌଷ୍ଟିକ ମୂଲ୍ୟରେ ଉନ୍ନତି ଆଣିବା ଲାଗି ଚାଉଳରେ ଅଣୁ-ପୋଷକ ମିଶ୍ରଣ ତଥା ରାଇସ୍ ଫର୍ଟିଫିକେସନ୍ ପ୍ରକ୍ରିୟାକୁ ଗୁରୁତ୍ଵ ଦିଆଯାଉଛି।

Get real time updates directly on you device, subscribe now.