fbpx

ଜୀବନ ହାରିଲେ ୯ ଜଣ କଲେଜ ପିଲା: ପରୀକ୍ଷାରେ ଫେଲ୍ ହେବାର କଷ୍ଟ ସହିପାରିଲେନି

ନୂଆଦିଲ୍ଲୀ: ପରୀକ୍ଷାରେ ବିଫଳତାକୁ ଅନେକ ସମୟରେ କମ୍ ବୟସର ଛାତ୍ରଛାତ୍ରୀମାନେ ସହଜରେ ସହ୍ୟ କରିପାରନ୍ତି ନାହିଁ । ତେଣୁ ଏପରି ସ୍ଥଳେ ସେମାନେ ଜୀବନରେ କିଛି କୁପଥକୁ ଆଦରି ନେଇଥାନ୍ତି । ଏପରିକି ସେମାନେ ନିଜକୁ ତୁଛ ମଣିବା ସହ ଆତ୍ମହତ୍ୟାର ପଥ ବାଛିନେଇଥାନ୍ତି । ତେବେ ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ କି ଦୁଇଜଣ ନୁହେଁ, ୯ ଜଣ କଲେଜ ପିଲା ମୃତ୍ୟୁର ପଥକୁ ଆଦରି ନେଇଛନ୍ତି । ପରୀକ୍ଷାରେ ଫେଲ୍ ହେବା କାରଣରୁ ଆଜି ୯ଟି ନିରୀହ ଜୀବନ ଚାଲିଯାଇଛି ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶରୁ ଆସିଛି ଏପରି ଏକ ଦୁଃଖଦାୟକ ଘଟଣା । ଗତ ୨୬ ତାରିଖରେ ଯୁକ୍ତଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଥିଲା । ତେବେ ପରୀକ୍ଷାରେ ଫେଲ ହେବାର ଚାପକୁ କିଛି ଛାତ୍ର ସହଜରେ ଗ୍ରହଣ କରିପାରିନଥିଲେ । ତେଣୁ ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ଦୁଇଜଣ ପିଲା ମଧ୍ୟ ସୁଇସାଇଡ୍ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।

ପ୍ରଥମ ବର୍ଷର ଛାତ୍ର ତରୁଣ (୧୭) ଏକାଧିକ ପେପରରେ ଫେଲ ହୋଇଥିବା ବେଳେ ସେ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଥିଲେ । ୧୬ ବର୍ଷୀୟା ଜଣେ ଛାତ୍ରୀ ପ୍ରଥମ ବର୍ଷର କିଛି ବିଷୟରେ ଫେଲ ହୋଇଥିଲେ । ଛାତ୍ର ଜଗଦୀଶ (୧୮) କେବଳ ଦ୍ୱିତୀୟ ବର୍ଷର ଗୋଟିଏ ବିଷୟରେ ଫେଲ୍ ହୋଇଥିଲେ । ଦ୍ୱିତୀୟ ବର୍ଷର ଛାତ୍ର ଅନୁଶ (୧୭) କେବଳ ଗୋଟିଏ ବିଷୟରେ ଫେଲ୍ ହୋଇଥିବା ବେଳେ ସେ ଏକ ହ୍ରଦକୁ ଡେଇଁ ପଡ଼ିଥିଲେ । ଛାତ୍ର ବାବୁ (୧୭) ଦ୍ୱିତୀୟ ବର୍ଷର ପରୀକ୍ଷାରେ ପାସ୍ କରିପାରିନଥିଲେ । ଛାତ୍ର କିରଣ (୧୭) ପ୍ରଥମ ବର୍ଷର ପରୀକ୍ଷାରେ ବହୁତ କମ୍ ମାର୍କ ରଖିଥିଲେ ।

Get real time updates directly on you device, subscribe now.