9 ବର୍ଷର ଛୁଆ ପେଟରେ ଚୁଟି ଗୋଛା, ଅପରେସନ ବେଳେ ଡ଼ାକ୍ତର ଛାନିଆ

ନୂଆଦିଲ୍ଲୀ: ବିହାରର ମିର୍ଜାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ 9 ବର୍ଷୀୟ ଛୁଆର ପେଟରୁ ଦେଢକିଲୋ ଚୁଟି ବାହାରିଛି । ସୂଚନା ଅନୁସାରେ, ଛୁଆ 7 ବର୍ଷ ବୟସରୁ ହିଁ ଚୁଟି ଖାଇବା ଆରମ୍ଭ କରିଥିଲା ।

ପେଟରେ ଚୁଟି ଗୋଛା-   ଛୁଆଟି ସାହେବଗଞ୍ଜ ଅଞ୍ଚଳର । ଭୋକ ନଲାଗିବା ଏବଂ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ ।

ସେଠାରେ ଡାକ୍ତର ଛୁଆର ଏକ୍ସରେ ଏବଂ ସିଟିସ୍କାନ କରିଥିଲେ । ଏଥିର ଚୁଟିର ଏକ ଗୋଛା ଦେଖିବାକୁ ମିଳିଥିଲା ।

ଏହାପରେ ଛୁଆର ଅପରେସନ କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଛୁଆଟି 15 ଦିନ ହେଲା କିଛି ଖାଉନଥିଲେ ଏବଂ ବାନ୍ତି ହେଉଥିଲା ।

ତେବେ ଛୁଆର ଟ୍ରାଇକେଟିଲୋମାନିଆ ନାମକ ଏକ ମନରୋଗ ରହିଛି । ଏହି କାରଣରୁ ସେ ଚୁଟି ଖାଉଥିଲା । ତେବେ ଛୁଆର ଅପରେସନ କରିବା ବେଳେ ଦେଢ କିଲୋର ଚୁଟି ବାହାରିଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମନରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଦ୍ବାରା ରୋଗ ଭଲ ହୋଇପାରିବ ବୋଲି କୁହାଯାଇଛି ।