fbpx
BJD SKY
BJD SKY

ଦୁର୍ଘଟଣାସ୍ଥଳରେ କାର୍ଯ୍ୟରେ ଲାଗିଛନ୍ତି ୯୦୦ କର୍ମଚାରୀ : ମୃତକଙ୍କ ପରିବାର ଲୋକଙ୍କୁ ରେଲୱେ ଦେବ ୧୦ଲକ୍ଷ

BJD

ହାଇଦ୍ରାବାଦ : ଗତକାଲି ଆନ୍ଧ୍ର କଣ୍ଟକାପାଲୀ ଆଲମଣ୍ଡା ଷ୍ଟେସନ ମଧ୍ୟରେ ହୋଇଥିବା ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ ମରାମତି କାର୍ଯ୍ୟ ଶେଷ ହେବ ବୋଲି ଇଷ୍ଟକୋଚ ରେଲୱେ ସିପିଆରଓଙ୍କ ତରଫରୁ ସୂଚନା ମିଳିଛି । ଯାତ୍ରୀଙ୍କୁ ଉଦ୍ଧାର କରିବା ପରେ ଜୋରଦାରରେ ମରାମତି କାର୍ଯ୍ୟ ଚାଲିଛି । ମରାମତି କାର୍ଯ୍ୟ ପାଇଁ ବୈଷୟିକ ଟିମ ପକ୍ଷରୁ ଜୋରଦାର କାମ ଚାଲିଛି । କ୍ରେନ ସହାଯ୍ୟରେ ଦୁର୍ଘଟଣା ସ୍ଥାନରୁ ବଗି ହୁଡ଼ିକୁ ଉଠାଯାଉଛି ।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏହି ମରାମତି କାର୍ଯ୍ୟର ସମୀକ୍ଷା କରୁଛନ୍ତି । ପୁନରୁଦ୍ଧାର କାର୍ଯ୍ୟରେ ୮ଟି ପ୍ରୋକ୍ଲେନ ମେସିନ ନିୟୋଜିତ କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ୧୪୦ ଟନର ରେଲ କ୍ରେନ ନିୟୋଜିତ ଥିବାବେଳେ, ୮୦୦ରୁ ୯୦୦ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ଅନ୍ୟପଟେ ଆଉ ଏକ ସୁଚନା ମିଳିଛି ଯେ, ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାରକୁ ସହାୟତା ରାଶି ଯୋଗାଇ ଦିଆଯିବ । ମୃତକଙ୍କ ପରିବାରକୁ ରେଲୱେ ତରଫରୁ ୧୦ ଲକ୍ଷ ଟଙ୍କା ଦିଆଯିବ । ବର୍ତ୍ତମାନ ଦୁର୍ଘଟଣା ଯୋଗୁଁ ୩୯ଟି ଟ୍ରେନ ବାତିଲ କରାଗଲାଣି ।

Get real time updates directly on you device, subscribe now.