fbpx
BSKY SKY
BSKY SKY

ଡିପ୍ଲୋମା କରି ଚାକିରି ଖୋଜୁଛନ୍ତି କି ? ୱେଷ୍ଟର୍ଣ୍ଣ କୋଲଫିଲ୍ଡସରେ ଖାଲିପଡିଛି ୯୦୦ ପଦବୀ, ଏପରି କରନ୍ତୁ ଆବେଦନ

BSKY

ଡିପ୍ଲୋମା କରି ଚାକିରି ଖୋଜୁଥିଲେ ଆସିଛି ଖୁସିଖବର । ୱେଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡରେ ରହିଛି ଚାକିରି ସୁଯୋଗ। ଏଠାରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୯୦୦ ପଦବୀ ଖାଲିପଡିଛି। ଏହି ଭର୍ତ୍ତି ପ୍ରକ୍ରିୟା ନଭେମ୍ବର ୭ରୁ ଆରମ୍ଭ ହୋଇ ୨୨ ନଭେମ୍ବର ଯାଏଁ ଚାଲିବ। ଭର୍ତ୍ତି ପାଇଁ ଆପ୍ଲାଏ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.westercoal.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୭ ନଭେମ୍ବର ୨୦୨୨ରୁ ଆରମ୍ଭ ହୋଇ ୨୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

ପଦବୀ ବିବରଣୀ : ୯୦୦

କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ : ୨୧୬
ସିକ୍ୟୁରିଟ ଗାର୍ଡ: ୬୦
ଫିଟର : ୨୨୧
ଇଲେକ୍ଟ୍ରିସିଆନ: ୨୨୮
ୱେଲଡର :୫୯
ୱେୟାରମ୍ୟାନ : ୨୪
ମେସିନିଷ୍ଟ : ୧୩
ସର୍ଭେୟର : ୯
ମେକାନିକ ଡିଜେଲ : ୩୭
ଡ୍ରାଫ୍ଟସମ୍ୟାନ : ୧୨
ଟର୍ନର : ୧୧
ପମ୍ପ ଅପରେଟର ଏବଂ ମେକାନିକ : ୫
ମେସନ (ୱେଲଡିଂ କଣ୍ଟ୍ରାକ୍ଟର) : ୫

ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ୧୦ମ ପାସ୍‌, ଇଣ୍ଟରମିଡିଏଡ କିମ୍ବା ସମ୍ବନ୍ଧୀୟ ଟ୍ରେଡରେ ଡିପ୍ଲୋମା ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ହେବା ଜରୁରୀ ।

ଦରମା : ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ଦରମା ୭,୭୦୦ ଟଙ୍କାରୁ ୮,୦୫୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ। ଫ୍ରେଶର୍ସଙ୍କୁ ୬,୦୦୦ ଟଙ୍କା ମାସିକ ଷ୍ଟାଇପେଣ୍ଡ ମିଳିବ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ଶିକ୍ଷାଗତ ଯୋଗ୍ୟତା, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଆଧାରରେ ହେବ।

କେମିତି କରିବେ ଆବେଦନ :

୨୨ ନଭେମ୍ବର କିମ୍ବା ଏହାର ପୂର୍ବରୁ ଆବେଦନ ଅନଲାଇନ ମୋଡରେ ଆବେଦନ କରିପାରିବେ।

Get real time updates directly on you device, subscribe now.