fbpx

ହସ୍ପିଟାଲରେ ଆପଏଣ୍ଟମେଣ୍ଟ ପାଇଁ ଚାଲିଗଲା ୯୦ ହଜାର: କୃଷକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ

ନୂଆଦିଲ୍ଲୀ: ଦେଶ ଏବେ ଡିଜିଟାଲ ହେବା ଦିଗରେ ଆଗେଇ ଚାଲିଛି । ଏହାଦ୍ୱାରା ଭାରତୀୟଙ୍କୁ ଖୁବ ଫାଇଦା ହେବା ସହ ଜୀବନ ଶୈଳୀକୁ ଖୁବ ସହଜ କରି ଦେଉଛି । କିନ୍ତୁ ଅନେକ ସମୟରେ ଏହା ଅତି ସାଧାରଣ ଲୋକଙ୍କ ପାଇଁ ବିପଦ ପାଲଟି ଯାଉଛି । ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଜଣେ କୃଷକ ବର୍ତ୍ତମାନ ବଡ ବିପଦରେ ପଡିଯାଇଛନ୍ତି । ମେଡିକାଲରେ ହିଁ ସେ ହରାଇ ଦେଇଛନ୍ତି ଏକ ବଡ ଆମାଉଣ୍ଟର ଟଙ୍କା । ୫ ଟଙ୍କା ଦେବା ଜାଗାରେ ଆକାଉଣ୍ଟରୁ ୯୦ ହଜାର ଟଙ୍କା କଟି ଯାଇଥିବା ସେ ଅଭିଯୋଗ କରିଛନ୍ତି ।

ରିପୋର୍ଟ ଅନୁସାରେ, ପ୍ରଫୁଲ୍ଲ ଭରଦା ନାମକ ଜଣେ କୃଷକ ଅନଲାଇନ ଠକେଇର ଶିକାର ହୋଇଛନ୍ତି । ଗତ ମାର୍ଚ୍ଚ ୨୭ ତାରିଖରେ ତାଙ୍କ ପୁତୁରା ଅସୁସ୍ଥ ହୋଇ ପଡିବାରୁ କେଶୋଦର ପ୍ରାଇଭେଟ ହସ୍ପିଟାଲକୁ ସେ ଯିବା ପାଇଁ କହିଥିଲେ । ତେଣୁ ପ୍ରଫୁଲ୍ଲ ଗୁଗଲ ସର୍ଚ୍ଚ ଇଞ୍ଜିନରୁ ପ୍ରାଇଭେଟ ନର୍ସିଙ୍ଗ ହୋମ ବା ହସ୍ପିଟାଲର ନମ୍ବର ଖୋଜିବା ପାଇଁ ଚେଷ୍ଟା କରିଥିଲେ । ଅନଲାଇନରେ ତାଙ୍କୁ ଏକ ନମ୍ବର ମିଳିବାରୁ ସେଥିରେ ସେ ଯୋଗାଯୋଗ ଆପଏଣ୍ଟମେଣ୍ଟ ପାଇଁ କହିଥିଲେ । ତେବେ ମୋବାଇଲରେ ଅନ୍ୟ ପକ୍ଷରୁ ଡାକ୍ତରଙ୍କ ସହ ଆପଏଣ୍ଟମେଣ୍ଟ ପାଇଁ ୫ ଟଙ୍କା ଫିସ୍ ଆକାରରେ ଦେବାକୁ ପଡିବ ବୋଲିସେ କହିଥିଲେ । କିନ୍ତୁ ପ୍ରଫୁଲ୍ଲ ୫ ଟଙ୍କା ଜାଗାରେ ଆକାଉଣ୍ଟରୁ ୯୦ ହଜାର ଟଙ୍କା ହରାଇ ଦେଇଛନ୍ତି । କିଛି ସମୟ ପରେ ତାଙ୍କ ମୋବାଇଲକୁ ଏକ ଲିଙ୍କ ଆସିଥିଲା, ଯେଉଁଥିରେ ପୂର୍ବରୁ ସମସ୍ତ ଡିଟେଲ୍ସ ଭରି ହୋଇ ରହିଥିଲା । ତେଣୁ ଏହି ଲିଙ୍କରେ କ୍ଲିକ କରି ପ୍ରଫୁଲ୍ଲ ୫ ଟଙ୍କା ଡିପୋଜିଟ କରିଥିଲେ ।

ତେବେ ଏହା ପରଦିନ ବ୍ୟାଙ୍କ ତରଫରୁ ଏକ ମେସେଜ ଆସିଛି । ଏଥିରେ ପ୍ରଫୁଲ୍ଲଙ୍କ ଆକାଉଣ୍ଟରୁ ୯୯,୦୦୦ ଟଙ୍କା ଡେବିଟ ହୋଇଥିବା ବ୍ୟାଙ୍କ ତରଫରୁ କୁହାଯାଇଛି । ଏହି ମେସେଜ ପରେ ସେ ମୋବାଇଲ ବ୍ୟାଙ୍କିଙ୍ଗ ଦ୍ୱାରା ନିଜ ଆକାଉଣ୍ଟକୁ ବ୍ଲକ କରିବା ସହ ବ୍ୟାଙ୍କ ସହ ସମ୍ପର୍କ କରିଥିଲେ । ତେଣୁ ବ୍ୟାଙ୍କ କର୍ମଚାରୀମାନେ ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଏ ମାମଲା ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ଟ୍ରାନ୍ସଫର ହୋଇଥିବା ଏକ ପ୍ରାଇଭେଟ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ କରାଯାଇଛି । ତେଣୁ ଖୁବଶୀଘ୍ର ଅପରାଧୀକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.