fbpx

ଏହି ଦେଶରେ ଲୋକଙ୍କ ଆକାଉଣ୍ଟକୁ ପଠାଯାଉଛି ୯୧ ହଜାର ଟଙ୍କା

କରେନା ଭାଇରସରେ ସାରା ଦେଶ ଲଢୁଥିବା ବେଳେ ଆମେରିକାରେ ଏହାର ବହୁ ଖରାପ ପ୍ରଭାବ ପଢୁଛି । ଗୋଟିଏ ଦିନରେ ୧୦୦୦ରୁ ଅଧିକ ଲୋକେ ମୃତ୍ୟୁବରଣ କରୁଛନ୍ତି । ଏନେଇ ସହାୟତା ପାଇଁ ଲୋକଙ୍କ ଆକାଉଣ୍ଟକୁ ୯୧ ହଜାର ଟଙ୍କା ଲେଖାଏଁ ପଠାଉଛନ୍ତି ଆମେରିକା ସରକାର । ଆମେରିକାର ଲକ୍ଷ ଲକ୍ଷ ଲୋକଙ୍କୁ ବୁଧବାରଠାରୁ ଏହି ଟଙ୍କା ଦିଆଯିବ । ଏହି ସହାୟତାକୁ ୟୁନିଭର୍ସଲ ଇନକମ୍ ପେମେଣ୍ଟ କୁହାଯାଉଛି ।

ମାର୍ଚ୍ଚ ୨୭ରେ ରାଷ୍ଟ୍ରପତି ଟ୍ରମ୍ପ ୨.୨. ଟ୍ରିଲିୟନ ଡଲାର କରୋନା ଭାଇରସ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଥିଲେ । ଏଥି ସହ ଯେଉଁ ଲୋମମାନଙ୍କୁ ଟେକିନିକାଲ ମାଧ୍ୟମରେ ଟଙ୍କା ପଠାଇବା ସମ୍ଭବ ହେଉନାହିଁ, ସେମାନଙ୍କୁ ଡାକ ମାଧ୍ୟମରେ ଟଙ୍କା ପଠାଇବାର ବ୍ୟବସ୍ଥା କରାଯାଉଛି । ତେବେ ଆମେରିକାରେ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ଯୋଗୁଁ ଅର୍ଥନୀତିରେ ବହୁ ଖରାପ ପ୍ରଭାବ ପଡୁଛି ।

ତେବେ ଆମେରିକାର ରାଷ୍ଟ୍ରପତି ଗତମାସରେ ସିଏଆରଇଏସ ଆକ୍ଟ ଲାଗୁ କରିଥିଲେ । ଏହା ଅଧୀନରେ ଯେଉଁ ଆମେରିକୀୟ ଲୋକ ୫୭ ଲକ୍ଷ ଟଙ୍କାରୁ କମ୍ ଟଙ୍କା କମାଉଛନ୍ତି, ସେମାନଙ୍କୁ ୯୧,୪୧୧ ଟଙ୍କା ଦିଆଯିବ ।

Get real time updates directly on you device, subscribe now.