fbpx
BJD SKY
BJD SKY

ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୨ଜଣ: ସୁବ୍ରତ ବାଗଚୀ

BJD

ଭୁବନେଶ୍ୱର, ୧୧ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯାଇଛି । ୧ଲକ୍ଷରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ମୌଳିକ ତାଲିମ ଦିଆଯାଇଛି । ପଞ୍ଚାୟତ ସ୍ତରରେ ମିଟିଂ କରି କରୋନା ବିଷୟରେ ସଚେତନ କରାଯାଇଛି । କରୋନା ଲଢ଼େଇରେ ଏବେ ଗାଁଲୋକ ସଚେତନ ହୋଇଛନ୍ତି । ଓଡ଼ିଶାରେ ଅଟକିଥିବା ବାହାର ରାଜ୍ୟର ଶ୍ରମିକଙ୍କ ଯତ୍ନ ନିଆଯାଇଛି ।
ବିଶ୍ୱରେ ୧୬ଲକ୍ଷ ୮୭୦ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଶ୍ୱରେ କରୋନାରେ ୧ଲକ୍ଷ ୨ହଜାର ୭୮୯ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ୩୭ଟି ଆକ୍ଟିଭ୍ କେସରୁ ୩୫ଟିରେ କୌଣସି ଲକ୍ଷଣ ନାହିଁ । ଏହାସହ ଓଡ଼ିଶାରେ ଏପର୍ଯ୍ୟନ୍ତ ୧୨ଜଣ ସୁସ୍ଥ ହୋଇଛନ୍ତି । ଅଳ୍ପଦିନରେ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା ରହିଛି ବୋଲି ବାଗଚୀ କହିଛନ୍ତି । ଓଡ଼ିଶାରେ ମୋଟ୍ ଆକ୍ରାନ୍ତ ସଂଖ୍ୟାର ୮% ଲୋକ ୬୦ ବର୍ଷରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.