fbpx

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ଚାଲିଲା ଗୁଳିବର୍ଷା, ୯୪ ଜଣଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଏକ ବଡ଼ ଅଘଟଣ ଘଟିଯାଇଛି । କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟର ପୂର୍ବ ଭାଗରେ ଏକ ଗାଁରେ ହୋଇଛି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ପାଖାପାଖି ୨୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଇସଲାମିକ ଷ୍ଟେଟ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି । ଏଲାଇଡ ଡେମୋକ୍ରାଟିକ ଫୋର୍ସ (ଏଡିଏଫ)ର ଆତଙ୍କବାଦୀମାନେ ପୂର୍ବ ଡିଆର କଙ୍ଗୋର କୃଷକଙ୍କ ଉପରେ ଲଗାତର ଆକ୍ରମଣ ଜାରି ରଖିଥିଲେ ।

ତେବେ ଏହି ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ୨୧ ଜଣ ପୁରୁଷ ଓ ମହିଳାଙ୍କ ଶବ ଜବତ କରାଯାଇଛି । ଏଡିଏଫର ଆତଙ୍କବାଦୀ ଏହି କାଣ୍ଡ ଭିଆଇଥିବା କ୍ଷେତ୍ରୀୟ ସୈନ୍ୟ ପ୍ରଶାସକ ଚାର୍ଲସ ଏହୁତା ଓମେଙ୍ଗା ସୂଚନା ଦେଇଛନ୍ତି । ତେବେ ଆକ୍ରମଣକାରୀମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ହମଲା କରିଦେଇଥିଲେ ।

ଏହାବ୍ୟତୀତ ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ମଧ୍ୟ ଏକ ବଡ଼ ଧରଣର ଆକ୍ରମଣ ହୋଇଛି । ଫଳରେ ଘଟଣାସ୍ଥଳରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି । ଜିହାଦୀମାନେ ବୁର୍କିନା ଫାସୋର ଉତ୍ତରାଞ୍ଚଳରେ ଏହି ଆକ୍ରମଣ କରିଥିଲେ । ଜିହାଦୀମାନେ ଦୁଇଟି ଗାଁ କୂରାକୁ ଓ ତୌଦେବୀକୁ ଟାର୍ଗେଟ୍ କରିଥିଲେ । ସେହିପରି ନାଇଜେରିଆରେ ମଧ୍ୟ ଏକ ଧରଣର ହମଲା ହୋଇଛି । ସେଠାରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ଉତ୍ତର ନାଇଜେରିଆର ଏକ ଶିବିର ଉପରେ ଏହି ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ କାହାର ହାତ ରହିଛି ସେନେଇ କିଛି ତଥ୍ୟ ମିଳିପାରି ନାହିଁ ।

Get real time updates directly on you device, subscribe now.