fbpx

ମାଟ୍ରିକ, ITI, ଡିପ୍ଲୋମା ପାସ କରିଥିଲେ ମାସକୁ ୩୦ ହଜାର: କେନ୍ଦ୍ର ସରକାର ଆଣିଲେ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା ତରଫରୁ ଏକ ବଢ଼଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀମାନେ ମାଟ୍ରିକ କିମ୍ବା ଆଇଟିଆଇ ସହ ପ୍ରାସଙ୍ଗିକ ବିଭାଗରେ ଡିପ୍ଲୋମା ପାସ କରିଥିଲେ ଏଥିରେ ଆବେଦନ କରିପାରିବେ । କେନ୍ଦ୍ରୀୟ କୋଲ ଫିଲ୍ଡସ ଲିମିଟେଡ (ସିସିଏଲ) ପକ୍ଷରୁ ଏହି ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଚଳିତ ବର୍ଷ ଏପ୍ରିଲ ମାସ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ମାର୍ଚ୍ଚ ମାସ ୩୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୧୯ ତାରିଖରେ ସମାପ୍ତ ହେବ । ଏହାପରେ ଏପ୍ରିଲ ମାସ ୩୦ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରାଯିବ । ମେ ମାସ ୫ ତାରିଖ ସିବିଟି ପରୀକ୍ଷାର ସମ୍ଭାବ୍ୟ ତାରିଖ ରହିଥିବା ବେଳେ ୨୯ ତାରିଖରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://www.centralcoalfields.in/hindi/ind/indexh.php

ନୋଟିଫିକେସନ ଲିଙ୍କ: https://www.centralcoalfields.in/czone/290323employmentnotice.pdf

Get real time updates directly on you device, subscribe now.