ଆମେରିକାରେ ୯୬ତମ ଓସ୍କାର ପୁରସ୍କାର ସମାରୋହ, ବାଜି ମାରିଲା ‘ଓପେନହାଇମର’ ଏବଂ ‘ପୁଅର ଥିଙ୍ଗ୍‌ସ’

ଓଡ଼ିଶ। ଭାସ୍କର: ଓଡ଼ିଶ। ଭାସ୍କର: ଆମେରିକାର ଲସ୍ ଆଞ୍ଜେଲ୍ସ ସ୍ଥିତ ଡଲବୀ ଥିଏଟରରେ ୯୬ତମ ଏକାଡେମୀ ଆୱାର୍ଡ଼ସ ୨୦୨୪ର ଶୁଭାରମ୍ଭ ହୋଇସାରିଛି । ଏହି ଏକାଡେମୀ ଆୱାର୍ଡ଼ସରେ ୨୪ଟି କ୍ୟାଟେଗୋରୀରେ ଅନେକ ନୋମିନେସନ ରହିଥିବା ବେଳେ ବିଜେତାଙ୍କ ନାମ ଘୋଷଣା ହୋଇଯାଇଛି । ଜିମ୍ମି କିମେଲ ଚତୁର୍ଥ ଥର ପାଇଁ ଏହି ଏକାଡେମୀ ଆୱାର୍ଡ଼ସ ପୁରସ୍କାର ଆୟୋଜନ କରୁଛନ୍ତି ।

କ୍ରିଷ୍ଟୋଫର ନୋଲେନଙ୍କ ‘ଓପେନହାଇମର’କୁ ୧୩ଟି ନୋମିନେମସନ ମିଳିଛି । କ୍ରିଷ୍ଟୋଫର ନୋଲେନଙ୍କ ‘ଓପେନହାଇମର’ ଫିଲ୍ମରେ ଶ୍ରେଷ୍ଠ ସହ ଅଭିନେତା ପାଇଁ ରୋବର୍ଟ ଡାଓନୀଙ୍କୁ ପୁରସ୍କାର । ପ୍ରଥମ ଓସ୍କାର ପୁରସ୍କାର ଜିତିଛନ୍ତି ରବର୍ଟ ଡାଓନି । ‘ଓପେନହାଇମର’ ପାଇଁ କ୍ରିଷ୍ଟୋଫର ନୋଲଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ଼, କିଲିୟନ୍ ମର୍ଫିଙ୍କୁ ଶ୍ରେଷ୍ଠ ଆକ୍ଟର ଆୱର୍ଡ଼ ମିଳିଛି । ‘୨୦ ଡେଜ୍ ଇନ୍ ମାରିଓପୋଲ’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ । ‘ଦି ୱାଣ୍ଡଫୁଲ ଷ୍ଟୋରୀ ଅଫ୍ ହେନରୀ ସୁଗାର’କୁ ଶ୍ରେଷ୍ଠ ଆକ୍ସନ ସର୍ଟ ଫିଲ୍ମ ଘୋଷଣା । ‘ଦି ଲାଷ୍ଟ ରିପର’କୁ ଶ୍ରେଷ୍ଠ ଡକୁମେଣ୍ଟାରୀ ସର୍ଟ ଫିଲ୍ମ ପୁରସ୍କାର ମିଳିଛି । ଦା’ ଭିନେ ଜୟ ରାନଡଲ୍ଫଙ୍କୁ ବେଷ୍ଟ ସପୋର୍ଟଂ ଅଭିନେତ୍ରୀ ପୁରସ୍କାର । ଦି ଜୋନ୍ ଅଫ୍ ଇନଟ୍ରେଷ୍ଟକୁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ସହ ଶ୍ରେଷ୍ଠ ସାଉଣ୍ଡ ଆୱାର୍ଡ଼ ମିଳିଛି । ‘ପୁଅର ଥିଙ୍ଗ୍‌ସ’ ୩ଟି କ୍ୟାଟେଗୋରୀରେ ଓସ୍କାର ଜିତିଛି । ଶ୍ରେଷ୍ଟ ପ୍ରଡକ୍ସନ ଡିଜାଇନ୍ ଆୱାର୍ଡ, ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ୍‌  ଏବଂ ଶ୍ରେଷ୍ଠ ମେକଅପ୍ ଏବଂ ହେୟାରଷ୍ଟାଇଲିଙ୍ଗ ଆୱାର୍ଡ ।

ସେହିପରି ‘ଦି ୱାର୍ ଇଜ୍ ଓଭର ! ଇନ୍ସପାୟାର୍ଡ ବାଇ ଦି ମ୍ୟୁଜିକ୍ ଅଫ୍ ଜନ୍ ଏଣ୍ଡ୍ ୟୋକୋ’କୁ ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ ଆୱାର୍ଡ଼ ମିଳିଛି । ‘ଦି ବୟ ଏଣ୍ଡ୍ ଦି ହେରନ୍‌’କୁ ମିଳିଛି ଶ୍ରେଷ୍ଠ ଆନିମେଟେଡ୍ ଫିଚର ଫିଲ୍ମ ଆୱାର୍ଡ଼ । ଏହି ଓସ୍କାର ପ୍ରଦାନ ଉତ୍ସବରେ ଓସେଜ୍ କଣ୍ଠଶିଳ୍ପୀ ଏବଂ ନୃତ୍ୟଶିଳ୍ପୀମାନେ କଳା ପ୍ରଦର୍ଶନ କରିଥିଲେ । କଣ୍ଠଶିଳ୍ପୀ ବିଲି ଏଲିଶ ‘ବାର୍ବି’ର ଗୀତ ‘ହ୍ୱାଟ୍ ଆଇ ୱାଜ୍ ମେଡ୍ ଫର୍‌’ ଏବଂ ଆମେରିକୀୟ କଣ୍ଠଶିଳ୍ପୀ ଜନ୍ ବେଟିଷ୍ଟ ଗୀତ ଗାଇଥିଲେ ।

 

Get real time updates directly on you device, subscribe now.