fbpx

ଯୋଧପୁର ହିଂସାକାଣ୍ଡ: ୯୭ ଜଣ ଗିରଫ, ଇଣ୍ଟରନେଟ୍ ସେବା ବନ୍ଦ, ଶାନ୍ତି ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଇଦ୍ ପୂର୍ବରୁ ସୃଷ୍ଟି ହୋଇଥିବା ହିଂସା ଜାରି ରହିଛି । ଏହି ମାଲାରେ ୯୭ ଜଣଙ୍କୁ ଗିରଫ କରାଯିବା ସହ ହିଂସାକୁ ରୋକିବା ପାଇଁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜିଲ୍ଲାରେ ଇଣ୍ଟରନସେବା ବନ୍ଦ କରି ଦିଆଯିବା ସହ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଘଟଣାର ଅନୁଧ୍ୟାନ ପାଇଁ ଡ୍ରୋନର ସହାୟତା ନିଆଯାଇଛି । ଶାନ୍ତି ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିବେଦନ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଇଦ୍ ପୂର୍ବ ସନ୍ଧ୍ୟାରେ ପତାକା ଓ ଲାଉଡ୍ ସ୍ପିକରକୁ ଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା । ଜାଲେରୀ ଗେଟ ଚୌରାହିରେ ପର୍ଶୁରାମ ଜୟନ୍ତୀ ଅବସରରେ ଭଗୱା ପତାକା ଓ ବ୍ୟାନର ଲାଗିଥିଲା । କିଛି ଲୋକ ପୁରୁଣା ପତାକାକୁ ହଟାଇ ସେଠାରେ ନିଜର ପତାକା ଓ ଲାଉଡସ୍ପିକର ଲଗାଇ ଦେଇଥିଲେ । ଏଥିସହିତ ସ୍ୱାଧୀନତା ସଂଗ୍ରାମୀ ବାଲ ମୁକୁନ୍ଦ ବିର୍ସାଙ୍କ ମୂର୍ତ୍ତିରେ ଏକ ବଡ଼ ଧାର୍ମିକ ପତାକା ଉଡ଼ାଇଥିଲେ । ପତାକା ହଟାଇବା ଭିଡିଓ ଭାଇରାଲ ହେବା ପରେ ପଥରମାଡ଼ ଓ ଭଙ୍ଗାରୁଜା ଘଟଣା ଦେଖିବାକୁ ମିଳିଥିଲା ।

ଏହି ଘଟଣାରେ ୪ ଜଣ ପୋଲିସ ଅଧିକାରୀ ଆହତ ହେବା ସହ ୧୬ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପରିସ୍ଥିତିର ସମାଧାନ ପାଇଁ ସିଏମ୍ ଗେହଲଟ୍ କହିଥିଲେ ଯେ, ଜୋଧପୁରରେ ସୃଷ୍ଟି ହୋଇଥିବା ବିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମସ୍ତ ସମ୍ପ୍ରଦାୟର ଲୋକେ ପରସ୍ପର ମଧ୍ୟରେ ଭାଇଚାରାର ପ୍ରେମ ସମ୍ପର୍କ ରକ୍ଷା କରିବା ରାଜସ୍ଥାନ ଓ ମାରୱାଡ଼ିଙ୍କର ପରମ୍ପରା ରହିଛି । ନିଜ ନିଜ ମଧ୍ୟରେ ଶାନ୍ତି ବଜାୟ ରଖନ୍ତୁ, ଏହି ହିଂସା ଯୋଧପୁର ଲୋକଙ୍କର ହିତସାଧନ କରିବ ନାହିଁ ।

Get real time updates directly on you device, subscribe now.