fbpx

କାରରେ ବସି ଏପରି ରାପ୍ ଗାଇଲେ ପୋଲିସକର୍ମୀ, ପ୍ରଶଂସାରେ ପୋତି ପକାଇଲେ ଲୋକ

Advertisement

ନୂଆଦିଲ୍ଲୀ:ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ । ସୋସିଆଲ ମିଡିଆର ଯୁଗ ଆସିବା ପରେ ଅନେକ ଲୋକଙ୍କ ଭାଗ୍ୟ ଚମକିଯାଇଛି । ଲୋକମାନେ ନିଜ ନିଜର ଭିଡିଓ ପ୍ରସ୍ତୁତ କରି ଦୁନିଆ ଆଗରେ ରଖୁଛନ୍ତି । ଏପରି ପରିସ୍ଥିତିରେ ପ୍ରତିଭାବାନ୍ ଲୋକଙ୍କ ସୋସିଆଲ ମିଡିଆ ୟୁଜର୍ସ ଅଧିକ ପସନ୍ଦ କରୁଛନ୍ତି ।

କିଛି ଦିନ ହେବ ଏପରି ଏକ ପ୍ରତିଭାଭରା ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି । ଭିଡିଓରେ ଜଣେ ପୋଲିସକର୍ମୀ ରାପ୍ କରୁଥିବା ନଜର ଆସିଛନ୍ତି । କାରରେ ବସି ସେ ଜଣେ ଷ୍ଟାର ରାପରଙ୍କ ଭଳି ରାପ୍ ଭିଡିଓ ତିଆରି କରୁଥିବା ନଜର ଆସିଛନ୍ତି । ଭିଡିଓକୁ ଲୋକ ମଧ୍ୟ ଖୁବକ ପସନ୍ଦ କରୁଛନ୍ତି ।

ଦିନ-ରାତି ଲୋକଙ୍କ ସେବା କରୁଥିବା ପୋଲିସର ଯବାନ ନିଜକୁ ଏଣ୍ଟରଟେନ୍ କରିବାକୁ ଏପରି କିଛି କାମ କରିଥାନ୍ତି, ଯାହା ପରେ ଭାଇରାଲ ହୋଇଯାଏ । ସୋସିଆଲ ମିଡିଆରେ ଏପରି ଅନେକ ଲୋକ ରାପ୍ ଗାଉଥିବା ଦେଖିବାକୁ ମିଳିଛି । କିନ୍ତୁ ପୋଲିସକର୍ମୀଙ୍କ ରାପରେ ତାଙ୍କ ଜୀବନ କାହାଣୀ ସ୍ପଷ୍ଟ ଦେଖାଯାଉଛି । ପୋଲିସ କର୍ମୀ ନିଜର ରାପକୁ ଗାଇ ନିଜ ଘରଠାରୁ ବାହାର ପର୍ଯ୍ୟନ୍ତ ସମସ୍ତ ସମସ୍ୟା ବିଷୟରେ ସେ ଅତି ସହଜରେ ଲୋକଙ୍କୁ କହିଛନ୍ତି ।

ସୂଚନା ମୁତାବକ, ଏହି ରାପର ପୋଲିସକର୍ମୀଙ୍କ ନାଁ ଜୀବନ କୁମାର ହୋଇଥିବା ବେଳେ ସେ ଜମ୍ମୁ ପୋଲିସରେ ଡ୍ୟୁଟି କରୁଛନ୍ତି । ଏହି ଭିଡିଓକୁ ବିବେକ ଶର୍ମା ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି । ତେବେ ଆପଣ ବି ଶୁଣନ୍ତୁ ପୋଲିସ କର୍ମୀଙ୍କ ଏହି ସାନଦାର୍ ରାପ୍…

 

View this post on Instagram

 

A post shared by Vivek Verma (@vvekverma)

Get real time updates directly on you device, subscribe now.