fbpx

ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି, ଏହି ଦେଶରେ ୧୫ ଦିନରେ ୯୭ ,୦୦୦ ଶିଶୁ ସଂକ୍ରମିତ

କରୋନା ସଙ୍କଟ ମଧ୍ୟରେ ଅନେକ ଦେଶରେ ସ୍କୁଲ, କଲେଜମାନ ଖୋଲିବାକୁ ଯୋଜନା ଚାଲିଛି । ଏହାରି ମଧ୍ୟରେ ସୂଚନା ମିଳିଛି ଯେ, ଆମେରିକାରେ ଜୁଲାଇର ଶେଷ ୧୫ ଦିନରେ ୯୭,୦୦୦ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି । ଆମେରିକାର ଏକାଡେମୀ ଅଫ୍ ପୀଡିଏଟ୍ରିକ୍ସର ଏକ ରିପୋର୍ଟରେ ଏହାକୁ ଆକଳନ କରାଯାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଆମେରିକାରେ ପ୍ରାୟ ୫୦ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରୟାୟ ୩ ଲକ୍ଷ ୩୮ ହଜାର ଶିଶୁ ଅଛନ୍ତି । ଏହି ଆକଳନ ବାହାରିବା ପରେ ଅନେକ ବିଶେଷଜ୍ଞମାନେ ସ୍କୁଲ ଖୋଲିବା ଉପରେ ପ୍ରଶ୍ନ ଉଠାଉଛନ୍ତି । କେବଳ ଜୁଲାଇରେ ଆମେରିକାରେ ପାଖାପାଖୀ ୨୫ ଶିଶୁଙ୍କର ପ୍ରାଣ ନେଇଛି କରୋନା ମହାମାରୀ ।

Get real time updates directly on you device, subscribe now.