ହୁ ହୁ ହୋଇ ମାଡ଼ୁଛି ଓମିକ୍ରନ୍: ରାଜଧାନୀରୁ ପୁଣି ୧୦ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ହୁ ହୁ ହୋଇ ମାଡ଼ିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପୁଣି ୧୦ ଓମିକ୍ରନ ମାଲା ଚିହ୍ନଟ ହୋଇଛି । ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି । କୁହାଯାଉଛି ଯେ, ୪୦ ଲୋକଙ୍କର ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ସେଥିରୁ ୧୦ ଜଣଙ୍କର ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ଏହି କ୍ରମରେ ଦେଶରେ ଓମିକ୍ରନ ଭାରିଆଣ୍ଟ ମାମଲା ୯୭କୁ ବୃଦ୍ଧି ପାଇଛି । କେବଳ ଦିଲ୍ଲୀରେ ଓମିକ୍ରନ ମାଲା ୨୦ରେ ପହଞ୍ଚିଛି । ଗତକାଲି କରୋନାର ୮୫ ନୂଆ ମାମଲା ସାମ୍ନାକୁ ଆସିଥିଲା । ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କର ନମୂନା ଜିନୋମ ସିକ୍ୱେନ୍ସିଂକୁ ପଠାଯାଇଥିଲା । ସେଥିରେ ଏହି ନୂଆ ମାମଲା ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ତାମିଲନାଡୁରେ ୨୮ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି ।