fbpx

ମୋବାଇଲ ଛଡ଼ାଇବା ପାଇଁ ଯୁବତୀଙ୍କୁ ୧୫୦ ମିଟର ଘୋଷାଡ଼ି ଆଣିଲେ ଲୁଟେରା, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅପରାଧୀଙ୍କ ସାହସ ବଢ଼ିବାରେ ଲାଗିଛି । ଦିଲ୍ଲୀ ପୋଲିସର ଲକ୍ଷାଧକନ ଦାବି ପରେ ଲୋକମାନେ କାଣ୍ଡ କରିବାକୁ ପଛାଉନାହାନ୍ତି । ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ଗୁରୁବାର ଦିନ ଅଭିଯୁକ୍ତମାନେ ମୋବାଇଲ ଛଡ଼ାଇନେଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତକାରୀମାନେ ପୀଡ଼ିତାଙ୍କୁ ନିଜ ସ୍କୁଟିରେ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ଆଣିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାର ଭିଡିଓ ଆପଣଙ୍କୁ ବିଚଳିତ କରିବା ସହିତ ମନରେ ଭୟ ମଧ୍ୟ ସୃଷ୍ଟି କରିପାରେ । ପୀଡ଼ିତା ଶାଲିମାର ବାଗ ଅଞ୍ଚଳର ଫୋର୍ଟିସ୍ ହସ୍ପିଟାଲରେ କାମ କରନ୍ତି । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ମାମଲା ପରି ପୋଲିସର ଏହାର ବି ତଦନ୍ତ କରୁଛି । ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବାରେ ଲାଗିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, ଶାଲିମାର ଅଞ୍ଚଳରେ ଏହି ଘଟଣା ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଘଟିଥିଲା । ଯୁବତୀ ଜଣକ ଡ୍ୟୁଟି ସାରି ଘରକୁ ଫେରୁଥିଲେ । ଯୁବତୀ ରାସ୍ତା କଡ଼ରେ ଚାଲି ଚାଲି ଯାଉଥିଲେ । ସେତିକିବେଳେ ସ୍କୁଟିରେ ଯାଉଥିବା କିଛି ଦୁର୍ବୃତ୍ତ ତାଙ୍କ ପାଖ ଦେଇ ଯିବା ସହ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଯୁବତୀ ଜଣକ ଅଭିଯୁକ୍ତଙ୍କ ଜ୍ୟାକେଟ୍ ଧରିପକାଇଥିଲେ । ଏହା ପରେ ଅଭିଯୁକ୍ତମାନେ ଯୁବତୀଙ୍କୁ ସେହିଭଳି ଅବସ୍ଥାରେ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ଆଣିଥିଲେ । ଏହା ପରେ ଯେତେବେଳେ ଲୋକମାନେ ଯୁବତୀଙ୍କୁ ରାସ୍ତାରେ ପଡ଼ିବାର ଦେଖିଥିଲେ, ସେବେ ତାଙ୍କୁ ଉଠାଇ ମେଡିକାଲ ନେଇଥିଲେ । ପୋଲିସକୁ ଏହାର ସୂଚନା ସାଢ଼େ ୭ଟାରେ ମିଳିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

Get real time updates directly on you device, subscribe now.