fbpx

କରୋନା ଭାଇରସ୍, ସଚେତନତା ପାଇଁ ଓଏସଇପିଏର ଚିଠି

ଭୁବନେଶ୍ୱର, ୫ା୩(ଓଡ଼ିଶା ଭାସ୍କର): କରୋନା ଭୂତାଣୁକୁ ନେଇ ସାରା ବିଶ୍ୱ ଭୟଭିତ ଅବସ୍ଥାରେ ରହିଛି । ଏହି ଭୂତାଣୁ ଆକ୍ରାନ୍ତରେ ଚୀନରେ ୩୨ଶହରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ଭାରତରେ ମଧ୍ୟ ୨୯ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି । କରୋନା ଭୂତାଣୁ ନିବାରଣ ସମ୍ପର୍କରେ ସଚେତନତା ପାଇଁ ଡିଇଓ, ଡିପିସି ଓ ବିଇଓମାନଙ୍କୁ ଚିଠି ଲେଖିଛନ୍ତି ଓଏସଇପିଏ । ପିଲାଙ୍କ ମଧ୍ୟରେ ସଚେତନତା ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ହାତ ବାରମ୍ବାର ଧୋଇବା ସହ କାଶ, ଛିଙ୍କ ଆସିଲେ ମୁହଁରେ ରୁମାଲ ଦେଇ ଛିଙ୍କିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ ଅସୁସ୍ଥ ରହିଛନ୍ତି ତେବେ ସ୍କୁଲ ନଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସ୍କୁଲ ପ୍ରଧାନଶିକ୍ଷକ ପିଲାଙ୍କ ମଧ୍ୟରେ ଏହି ସଚେତନତା ସୃଷ୍ଟି କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.