fbpx

(ଭିଡିଓ)ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ, ସାର୍ଟ ଟାଣିବା ସହ ଛାତ୍ରଙ୍କୁ ନିର୍ଧୁମ ମାଡ଼

ସମ୍ବଲପୁର(ଓଡ଼ିଶା ଭାସ୍କର): ପ୍ରଶାସନର ଅନେକ କଟକଣା ପରେ ବି ସମ୍ବଲପୁର ବୁର୍ଲା ଭିସୁଟ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତ ଛାତ୍ର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଛାତ୍ରଙ୍କ କହିବା ମୁତାବକ, କିଛି ସିନିୟର କ୍ୟାମ୍ପସ ବାହାରେ ତାଙ୍କୁ ରାଗିଂ କରିଥିଲେ । ବିଟେକ୍ ପ୍ରଡକ୍ସନ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷର ଜଣେ ଛାତ୍ର ଏହି ଅଭିଯୋଗ କରିଛନ୍ତି । ରାଗିଂକୁ ନେଇ ପୀଡ଼ିତ ଛାତ୍ର ଜଣକ ବୁର୍ଲା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

ଅଭିଯୋଗ ଅନୁସାରେ, ଛାତ୍ରଜଣକ ସନ୍ଧ୍ୟାରେ ନିଜ ସାଙ୍ଗ ସହିତ କ୍ୟାମ୍ପସ ବାହାରକୁ ଜଳଖିଆ ଖାଇବାକୁ ଆସିଥିଲେ । ସେହି ସମୟରେ ତାଙ୍କର ୬ ଜଣ ସିନିୟର ଆସି ଛାତ୍ରଙ୍କ ପରିଚୟ ପଚାରିବା ପରେ ଆମକୁ ଜାଣିଚ କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଛାତ୍ର ଜଣକ ମନା କରିବାକୁ ସିନିୟରମାନେ ଛାତ୍ରଙ୍କ ସାର୍ଟ ଟାଣିବା ସହିତ ନିର୍ଧୁମ୍ ମାଡ଼ ମାରିଥିଲେ । ମାଡ଼ ମାରିଥିବା ସମୟରେ ସିନିୟମରମାନେ ନିଶା ସେବନ କରିଥିବା ଛାତ୍ର ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ କୌଣସି ସ୍ଥାନରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ସେମାନେ ଧମକ ମଧ୍ୟ ଦେଇଥିଲେ । ଏନେଇ ଛାତ୍ରଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଦେଖନ୍ତୁ ଛାତ୍ରଙ୍କ ପ୍ରତିକ୍ରିୟା…

Get real time updates directly on you device, subscribe now.