fbpx

କେଏଲ୍ ରାହୁଲ ହେଲେ ଟିମ୍ ଇଣ୍ଡିଆର ଉପଅଧିନାୟକ

ନୂଆଦିଲ୍ଲୀ: କିଛିଦିନ ଧରି ଚାଲିଥିବା ଚର୍ଚ୍ଚା ଉପରେ ଯବନିକା ପଡ଼ିଛି । କେଏଲ ରାହୁଲଙ୍କୁ ଭାରତର ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପାଇଁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଆଘାତ ଜନିତ କାରଣରୁ ରୋହିତ ଶର୍ମା ଦଳରୁ ବାଦ୍ ପଡ଼ିଥିବା ବେଳେ ଏବେ ରାହୁଲ ତାଙ୍କ ଦାୟିତ୍ୱ ନିର୍ବାହ କରିବେ । ରୋହିତଙ୍କ ଅନୁପସ୍ଥିତିରେ କିଏ ଟିମ୍ ଇଣ୍ଡିଆର ଟେଷ୍ଟ ଟିମର ଉପଅଧିନାୟକ ଦାୟିତ୍ୱ ନିର୍ବାହ କରିବ, ତାହାକୁ ନେଇ ଆଲୋଚନା ଜାରି ରହିଥିଲା । ରବିଚନ୍ଦ୍ରନ ଅଶ୍ୱିନୀ ଓ ଅଜିଙ୍କ୍ୟ ରାହାଣେଙ୍କ ନାମ ମଧ୍ୟ ଏହି ପଦ ପାଇଁ ଉଠିଥିଲା । ଏବେ ସମସ୍ତ କଳ୍ପନାଜଳ୍ପନାର ପରିସମାପ୍ତି ଘଟିଛି ।

ବର୍ତ୍ତମାନ ବିରାଟ କୋହଲି ଟେଷ୍ଟ ଟିମର ଅଧିନାୟକ ଓ ରାହୁଲ ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଗତ କିଛିଦିନ ଧରି ଟିମ୍ ଇଣ୍ଡିରେ ବିରାଟ ଓ ରୋହିତ ଶର୍ମାଙ୍କୁ ନେଇ ବିବାଦ ଦେଖାଦେଇଥିଲା । ପୂର୍ବରୁ ବିରାଟ ଟି-୨୦ରୁ ଅବ୍ୟାହତି ନେଇସାରିଥିବା ବେଳେ ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ତାଙ୍କୁ ଦିନିକିଆରୁ ହଟାଇ ଦିଆଯାଇଥିଲା । ରୋହତିଙ୍କୁ ଟି-୨୦ ଓ ଦିନିକିଆ ଅଧିନାୟକ ଦାୟିତ୍ୱ ଦେବା ପରେ ବିବାଦ ଘନେଇଥିଲା । ଶେଷରେ ବିରାଟ ପ୍ରେସ୍ ମିଟରେ ରୋହିତଙ୍କ ଅଧିନାୟକତ୍ୱକୁ ସମର୍ଥନ କରିବା ସହ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଥିବା କହିଥିଲେ । ଏବେ ବି ବିରାଟ ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ବିବାଦ ଲାଗି ରହିଥିବା ବେଳେ ଦଳ ଉପରେ ଏହାର ପ୍ରଭାବକୁ ଦୂରେଇ ରଖାଯାଇଛି ।

Get real time updates directly on you device, subscribe now.