fbpx

R Madhavan ଓ Surveen Chawla ଏହି ଖାଦ୍ୟକୁ କହିଲେ ସେକ୍ସ ଲାଇଫର ସିକ୍ରେଟ୍, VIDEOରେ କଲେ ଖୁଲାସା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୁରଭିନ୍ ଚାୱଲ ନିକଟରେ ନିଜର କାଷ୍ଟିଂ କାଉଚକୁ ନେଇ ଏକ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି । ସେ ଏକ ଇଣ୍ଟରଭ୍ୟୁରେ ଏହି ଅନୁଭବ ବିଷୟରେ କହିଛନ୍ତି । ସେ ଅଭିନେତା ଆର ମାଧବନଙ୍କ ସହିତ ଏକ ଖୁଲାସା କରିଛନ୍ତି, ଯାହାକୁ ଶୁଣି ଆପଣ ମଧ୍ୟ ଚକିତ ହୋଇଯିବେ । ସେ କହିଛନ୍ତି ଯେ, ସେକ୍ସ ଲାଇଫରେ ମସଲା ଆଣିବାରେ ଗୋଟିଏ ଖାଦ୍ୟର ବଡ଼ ହାତ ରହିଛି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସୁରଭିନ୍ ଚାୱଲ ଓ ଆର ମାଧବନ୍ ଜୋରରେ ହସୁଥିବାର ନଜର ଆସିଛନ୍ତି । ସେଠାରେ ଦୁହେଁ ଏକ ଇଣ୍ଟରଭ୍ୟୁ ଦେଉଛନ୍ତି । ଏହି ସମୟରେ ଇଣ୍ଟରଭ୍ୟୁ ନେଉଥିବା ମହିଳା ଜଣକ ପ୍ରଶ୍ନ କରିଥିଲେ କି, ଆପଣ କିପରି ନିଜ ସେକ୍ସ ଲାଇଫକୁ ସ୍ପାଇସି ବା ମସଲାଯୁକ୍ତ ବନାନ୍ତି? ତାଙ୍କ ପ୍ରଶ୍ନ ସରିବା ପୂର୍ବରୁ ହିଁ ସୁରଭିନ୍ କହିଥିଲେ ଯେ, ତେନ୍ତୁଳିର ଚଟଣୀ । ଏହା କହିବା ପରେ ସେ ଜୋର ଜୋରରେ ହସିବାକୁ ଲାଗିଥିଲେ ।

ଏପରି ଉତ୍ତର ଶୁଣିବା ପରେ ଆର ମାଧବନଙ୍କ ସହିତ ଇଣ୍ଟରଭ୍ୟୁ ପଚାରୁଥିବା ମହିଳା ମଧ୍ୟ ଜୋର ଜୋରରେ ହସିବାକୁ ଲାଗିଥିଲେ । ଏହା ପରେ ଆର ମାଧବନ କହିଥିଲେ ଯେ, ତେନ୍ତୁଳିର ଚଟଣୀ ସେକ୍ସ ଜୀବନରେ ମସଲା ଆଣିବ କି ନାହିଁ , ତାହା କହିହେବନି । କିନ୍ତୁ ତାହାକୁ ଚାଟିବା ଦ୍ୱାରା ମଜା ଆସିବ । ଏହା ଶୁଣି ଉଭୟେ ହସିବାକୁ ଲାଗିଥିଲେ । ଏହି ଭିଡିଓରେ ଫ୍ୟାନ୍ସମାନେ ବି ଜୋରଦାର କମେଣ୍ଟ ଦେଇଛନ୍ତି ।

Get real time updates directly on you device, subscribe now.