fbpx

ଘାଟକୋପର ହୋର୍ଡିଂ ଭୁଶୁଡ଼ିବା ଘଟଣା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୮୮ ଜଣ ପ୍ରଭାବିତ

ମୁମ୍ବାଇ: ମହାରାଷ୍ଟ୍ରର ଘାଟକୋପରରେ ଥିବା ଏକ ପେଟ୍ରୋଲ ପମ୍ପ ଉପରେ ହୋର୍ଡିଂ ପଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁମ୍ବାଇର ଘାଟକୋପରରେ ହୋଇଥିବା ହୋର୍ଡିଂ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୪୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିଏମ୍ସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆହତମାନଙ୍କ ମଧ୍ୟରୁ ୩୧ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ଏହି ଘଟଣାରେ ୮୮ ଜଣ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୪ ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ ଉପରେ କାଳବୈଶାଖୀ ସମୟରେ ୧୦୦ ଫୁଟ ଲମ୍ବର ଏକ ବେଆଇନ ହୋର୍ଡିଂ ପଡ଼ିଥିଲା। ୱାଡାଲା ଅଞ୍ଚଳରେ ପ୍ରବଳ ପବନ ରେ ଏକ ନିର୍ମାଣାଧୀନ ମେଟାଲ ପାର୍କିଂ ଟାୱାର ରାସ୍ତା ଉପରେ ଭୁଶୁଡ଼ି ପଡ଼ିଥିଲା। ବିଏମ୍ସି ଅଧିକାରୀଙ୍କ କହିବା ଅନୁଯାୟୀ, ଘାଟକୋପରରେ ଭୁଶୁଡ଼ି ପଡ଼ିଥିବା ହୋର୍ଡିଂ ବେଆଇନ ଥିଲା। ହୋର୍ଡିଂ ତଳୁ ଏପର୍ଯ୍ୟନ୍ତ ୭୮ ଜଣଙ୍କୁ ଉଦ୍ଧାର କରାଯାଇଛି।

ସେମାନଙ୍କ ମଧ୍ୟରୁ ୭୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୋର୍ଡିଂ ଖସିପଡ଼ିବାରୁ ଲୋକଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସଫଳତା କାମନା କରୁଛି।

Get real time updates directly on you device, subscribe now.