ତପସ୍ଵିନୀ ସେଇ ଷ୍ଟାଟସ୍ ସୁମିତ ଘରେ ପାଇବ, ସେଇ କିଚେନ୍ ୟୂଜ୍ କରିବ, ସୁମିତ ଘରେ କେସ୍ ସରିବା ପର୍ଯ୍ୟନ୍ତ ରହିବ: ଓକିଲ

ଗଞ୍ଜାମ: ବହୁଚର୍ଚ୍ଚିତ ତପସ୍ୱିନୀ-ଡାକ୍ତର ସୁମିତ୍ ପାରିବାରିକ ମାମଲାରେ ନୂଆ ଦେଖିବାକୁ ମିଳିଛି ନୂଆ ଟ୍ୱିଷ୍ଟ । ପୁଣି ଥରେ ଶାଶୁଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନିମିଳିଛି ଏହିଠାରେ ହିଁ ବସିବି ବୋଲି କହିଛନ୍ତି ତପସ୍ୱିନୀ ।

ସେପଟେ ତାଙ୍କ ଓକିଲ କହିଛନ୍ତି ଯେପର୍ଯ୍ୟନ୍ତ ମାମଲା କୋର୍ଟରେ ରହିଛି ସେ ପର୍ଯ୍ୟନ୍ତ କେହି ତାଙ୍କୁ ଘରୁ ବାହାର କରିପାରିବେ ନାହିଁ । ଏହା ଆଇନରେ ମଧ୍ୟ ଉଲ୍ଲେଖ ରହିଛି । ଘରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କର ସମାନ ଅଧିକାର ରହିଛି । ତେଣୁ ତପସ୍ୱିନୀ ସୁମିତଙ୍କ ଘରେ ରହିବାର ଅଧିକାର ଅଛି । ସୋମବାର ଶୁଣାଣିରେ ତପସ୍ୱିନୀଙ୍କୁ ନ୍ୟାୟ ମିଳିବ ବୋଲି ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି ଓକିଲ । ଦେଖନ୍ତୁ ଭିଡିଓ…