fbpx
BSKY SKY
BSKY SKY

ଶ୍ୱଶୁର ଘରେ ଜ୍ୱାଇଁକୁ ବାନ୍ଧି ମାଡ଼

BSKY

ପୋଲିସ ଅଛି ଆଉ ରୁଣ୍ଡ ହୋଇଛନ୍ତି ଅନେକ ଲୋକ । ଆଉ ସେଠାରେ ଥିବା ଗଛରେ ଜଣେ ବନ୍ଧା ହୋଇଛନ୍ତି । କାରଣ ଜଣେ ବ୍ୟକ୍ତିଙ୍କୁ ଭାରି ପଡିଛି ଶ୍ୱଶୁର ଘର । ନାକେଦମ ହୋଇଛନ୍ତି ଜ୍ୱାଇଁ ।  ଶଶୁର ଘରେ ଜ୍ୱାଇଁକୁ ବାନ୍ଧି ନିର୍ଦ୍ଦୁମ ଛେଚିଛନ୍ତି ଶଳା । ଏଭଳି  ଅଭାବନୀୟ ଘଟଣା ଘଟିଛି ଭୋଗରାଇ ସାନଗ୍ରାମରେ  ।

ଗାଁର ହାଡ଼ିବନ୍ଧୁଙ୍କ ବଡ଼ ଝିଅ ସବିତା ଜେନା ସେହି ଗାଁର ଜଗବନ୍ଧୁ ଜେନାଙ୍କୁ ୨୦ ବର୍ଷ ତଳେ ବିବାହ କରିଥିଲେ ।  ବାହାଘର ପରଠାରୁ  ଜ୍ୱାଇଁ ଜଗବନ୍ଧୁ ଜେନା ଝିଅକୁ ମଦ୍ୟପାନ କରି ମାଡ ମାରିବା ସହ ମାନସିକ ଶାସ୍ତି ଦେଉଥିବା ଅଭିଯୋଗ କରିଛନ୍ତି । ଏବାବଦରେ ଭଉଣୀ ଦୁଇଭାଇ ଭଗରାମ ଜେନା ଓ ମିଥୁନ ଜେନାଙ୍କୁ କହିଥିଲେ । ସବିତାଙ୍କ ପରିବାର ଲୋକେ ଜ୍ୱାଇଁ ଜଗବନ୍ଧୁଙ୍କୁ ବୁଝାଇ ଥିଲେ ମଧ୍ୟ  କୌଣସି ସୁଫଳ ମିଳିନଥିଲା ।

ତେବେ ଗତକାଲି ଜଗବନ୍ଧୁ ସବିତାଙ୍କୁ ମାଡ ମାରିବା ପରେ ଆଜି ସବିତାଙ୍କ ଦୁଇ ଭାଇ ଭଣୋଇ ଜଗବନ୍ଧୁଙ୍କୁ ଏକ ରସି ସାହାଯ୍ୟରେ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ । ଏହା ପରେ ଜଗବନ୍ଧୁଙ୍କୁ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

Get real time updates directly on you device, subscribe now.