fbpx

ବେକରେ ଓଢଣୀ ଦେଇ ଆତ୍ମହତ୍ୟା କଲେ ଯୁବତୀ, ମୃତଦେହ ଜବତ କରି ତଦନ୍ତ ଆରମ୍ଭ କଲା ପୁଲିସ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିାଟଣା ଥାନା ଅନ୍ତର୍ଗତ ଆଳିସି ଭୋଇ ସାହିରେ ଶନିବାର ପ୍ରାୟ ଦିନ ୧୨ ସମୟରେ ଜଣେ ଯୁବତୀ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ମୃତ ଯୁବତୀଙ୍କ ନାମ ବର୍ଷା ଭୋଇ (୧୯) ପିତା ପ୍ରକାଶ ଭୋଇ ବୋଲି ଜଣାପଡିଛି । ଯୁବତୀଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା । ପାରିବାରିକ କଳହରୁ ଏପରି ପରିସ୍ଥିତି ଉପୁଜି ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ବାଲିପାଟଣା ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ତେବେ ଆତ୍ମହତ୍ୟା ପ୍ରକୃତ କାରଣ ଜାଣିବା ପାଇଁ  ବାଲିପାଟଣା ପୋଲିସ ଛାନ୍ ଭିନ୍ ଆରମ୍ଭ କରିଛି। ପରିବାରିକ କଳହ ନା ପ୍ରେମ ବ୍ୟପାର କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Get real time updates directly on you device, subscribe now.