fbpx

ପାରାଦୀପ ବନ୍ଦରକୁ ‘ଏର୍ମଜିଙ୍ଗ ମେଜର ପୋର୍ଟ ଅଫ୍‌ ଦି ଇୟର୍‌’ ପୁରସ୍କାର, ପଣ୍ୟ କାରବାର କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ରେକର୍ଡ

ପାରାଦୀପ (ଭାସ୍କର ନ୍ୟୁଜ୍‌): ପଣ୍ୟ କାରବାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପାରାଦୀପ ବନ୍ଦରକୁ ଚଳିତ ବର୍ଷର ଏର୍ମଜିଙ୍ଗ ମେଜର ପୋର୍ଟ ଅଫ ଦି ଇୟର ପୁରସ୍କାର ମିଳିଛି ।  ମୁମ୍ବାଇଠାରେ ଆୟୋଜିତ ଉଜ୍ୱଳ ସମାରୋହରେ ପାରାଦୀପ ବନ୍ଦରକୁ ସମୁଦ୍ର ମନ୍ଥନ ଏର୍ମଜିଙ୍ଗ ମେଜର ପୋର୍ଟ ଅଫ ଦି ଇୟର କାର୍ଗୋ ପୁରସ୍କାର ପ୍ରଦାନ କରାଯାଇଛି । ପାରାଦୀପ ବନ୍ଦର ପକ୍ଷରୁ ଟ୍ରାଫିକ ମ୍ୟାନେଜର ଜି.ଏଡିସନ୍‌ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ । ଭଣ୍ଡାରକର ସିିଙ୍ଗ ଦ୍ୱାରା ଆୟୋଜିତ ହୋଇଥିଲା ଏହି ପୁରସ୍କାର ପ୍ରଦାନ ସମାରୋହ । ସାମୁଦ୍ରିକ ଶିଳ୍ପ କ୍ଷେତ୍ରରେ ଏହା ଅଗ୍ରଣୀ ଅନୁଷ୍ଠାନ । ଏହା ନୌବାଣିଜ୍ୟିକ ଏବଂ ଅର୍ଥନୈତିକ ଲାଭ ପାଇଁ କାର୍ଯ୍ୟ କରିବାକୁ ତଥା ଏହି ଶିଳ୍ପକୁ ଅଧିକ ପ୍ରୋତ୍ସାହନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.