fbpx

ଆସନ୍ତା ଫେବୃଆରୀରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ନିର୍ବାଚନ କମିଶନ ଜାରିକଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖୁବଶୀଘ୍ର ହୋଇପାରେ ପଞ୍ଚାୟତ ନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏନେଇ ଯେ କୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେଣୁ ବିଜ୍ଞପ୍ତି ପରେ କୋଡ ଅଫ୍ କଣ୍ଡକ୍ଟ ବା ନିର୍ବାଚନ ଆଚରଣ ବିଧି ଲାଗୁ ନେଇ ପ୍ରସ୍ତୁତ ରହିବାକୁ ପଞ୍ଚାୟତରାଜ ବିଭାଗ, ସମସ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀରେ ନିର୍ବାଚନ କରାଇବା ନେଇ କମିଶନ ଯୋଜନା କରୁଥିବା ଜଣାପଡ଼ିଛି ।

ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଆର୍ଟିକିଲ -୨୪୩ରେ ପ୍ରଦତ୍ତ ସାମ୍ବିଧାନିକ କ୍ଷମତାର ବ୍ୟବହାର କରି ନିର୍ବାଚନ କମିଶନ କୋଡ ଅଫ୍ କଣ୍ଡକ୍ଟ ପ୍ରସ୍ତୁତ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ନିର୍ବାଚନ ଆଚରଣ ବିଧି ଲାଗୁହେବା ସହ ଭୋଟ ଗଣତି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା ପଞ୍ଚାୟତ ନିର୍ବାଚନରେ ମୋଟ ୯୧ ହଜାର ୯୧୬ ୱାର୍ଡରେ ୱାର୍ଡମେମ୍ବର, ୬ ହଜାର ୭୯୪ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ, ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.