fbpx

ବନ୍ଦ ହୋଇଯାଇଛି କି ଏଲପିଜି Subsidy: କରନ୍ତୁ ଏହି କାମ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ପଇସା

ନୂଆଦିଲ୍ଲୀ: ଆପଣଙ୍କୁ ମିଳୁନାହିଁ କି ଏଲପିଜି ସବସିଡି । ଯଦି ହଁ ତେବେ ଆଜି ହିଁ ଆପଣାନ୍ତୁ ଏମିତି ଉପାୟ ଯାହାଦ୍ୱାରା ଆପଣଙ୍କ ଆକାଉଣ୍ଟକୁ ପୁଣି ଆସିବ ଟଙ୍କା । ଯଦି ଆପଣଙ୍କ ସବସିଡି ବନ୍ଦ ହୋଇଯାଇଛି ଅନଲାଇନରେ ମାତ୍ର କିଛି ମିନିଟରେ ଏହି ତ୍ରୁଟି ସୁଧାରି ହେବ । ଏହି ପ୍ରସେସ ପୁରା କରିବା ପରେ ଆପଣଙ୍କ ଆକାଉଣ୍ଟକୁ ପୂର୍ବପରି ପଇସା ଆସିବ । କରୋନା ସଙ୍କଟ ସମୟରେ କେନ୍ଦ୍ର ସରକାର ଏଲପିଜି ଉପରେ ସବସିଡି ବନ୍ଦ କରି ଦେଇଥିଲେ । ତେବେ ପୁନର୍ବାର ଏହି ସବସିଡି ଆରମ୍ଭ ହୋଇ ସାରିଛି । ବର୍ତ୍ତମାନ ସିଲିଣ୍ଡର ପିଛା ୭୯.୨୬ ପଇସାର ସବସିଡି ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଛି ।

କାହିଁକି ବନ୍ଦ ହୁଏ ସବସିଡି: ଏକାଧିକ କାରଣରୁ ସବସିଡି ବନ୍ଦ ରହିଥାଏ । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଠିକ୍ ନଥିବ ତାହେଲେ ସବସିଡି ଆସୁନଥିବ । ଯଦି ଆପଣଙ୍କ ଏଲପିଜି ଆକାଉଣ୍ଟ ସହିତ ଆପଣଙ୍କ ଆଧାର ଲିଙ୍କ ନଥିବ କିମ୍ବା ଆପଣଙ୍କ ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ରହିଥିବ ତାହେଲେ ଆପଣଙ୍କୁ ସବସିଡି ମିଳିବ ନାହିଁ ।

ପ୍ରଥମେ ଆପଣଙ୍କୁ https://www.mylpg.in/ୱେବସାଇଟକୁ ଯିବାକୁ ପଡିବ । ସେଠାରେ ନିଜର ଗ୍ୟାସ ସିଲିଣ୍ଡର ପ୍ରଦାନ କରୁଥିବା କମ୍ପାନୀର ଆଇକନ ଉପରେ କ୍ଲିକ୍ କରିବେ । ଏହା ପରେ ଏକ ନୂତନ ୱିଣ୍ଡୋରେ ଆପଣଙ୍କୁ ନ୍ୟୁ ୟୁଜର ବା ସାଇନ ଇନର ବିକଳ୍ପ ମିଳିବ । ଯଦି ପୂର୍ବରୁ ସାଇନ ଇନ କରିଥାନ୍ତିି ତାହେଲେ ୟୁଜର ଆଇଡି ଓ ପାଶୱାର୍ଡ ଏଣ୍ଟର କରିବା ପରେ ନିଜର ସିଲିଣ୍ଡର ବୁକିଂ ହିଷ୍ଟ୍ରି ଚେକ୍ କରି ପାରିବେ । ଏଥିରେ ଆପଣଙ୍କୁ ସବସିଡି ନ ମିଳିବାର କାରଣ ଜଣାପଡିବ । ଏହା ପରେ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଟୋଲ ଫ୍ରି ନମ୍ବର ୧୮୦୦୨୩୩୩୫୫୫ରେ ଅଭିଯୋଗ କଲେ ଆପଣଙ୍କ ଆକାଉଣ୍ଟକୁ ଆସିବ ସବସିଡି ଟଙ୍କା ।

Get real time updates directly on you device, subscribe now.