fbpx

ଗଞ୍ଜାଲଢ଼େଇ ଖେଳି ପାଇଁ ଯୋଜନା କରୁଥିବା ବେଳେ ଚଢ଼ଉ କଲା ପୋଲିସ: ୭ଟି ଗଞ୍ଜା, ନଗଦ ଟଙ୍କା ସହ ୫ ଗିରଫ

ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍‌) : ଚୌଦ୍ୱାର ଥାନା ଅନ୍ତର୍ଗତ ଦୁଧିଆନାଳିର ମୁଣ୍ଡାସାହି ସ୍ଥିତ ଫୁଟ୍‌ବଲ ପଡ଼ିଆ ନିକଟରେ ଗତକାଲି ସଂଧ୍ୟାରେ ଏସ୍‌ଆଇ ବିକ୍ରମ ବେହେରା ଓ ଅନ୍ୟ ପୁଲିସ୍‌ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ କିଛି ଅସାମାଜିକ ଲୋକମାନେ ଗଞ୍ଜାଲଢ଼େଇ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ପାଇଥିଲେ । ସେଠାରେ ଚଢ଼ାଉ କରାଯିବା ସମୟରେ ଏହି ଖେଳର ମୁଖ୍ୟ ଅଭିଯୁକ୍ତ ଡାଳିଯୋଡ଼ା ବ୍ରହ୍ମପୁର ଅଂଚଳର ଶିବ ମଲ୍ଲିକ (୩୬) ଙ୍କ ସହ ଅନ୍ୟ ସହଯୋଗୀ ଖୋର୍ଦ୍ଦା ଜିଲ୍ଲା ପଟିଆ ଅଂଚଳର ନିହାର ରଂଜନ ରାଉତ (୨୪), କଟକ ବିଡ଼ାନାସୀ ଅଂଚଳର ସନ୍ତୋଷ ବେହେରା (୪୮), ଟାଙ୍ଗୀ ହରିଡ଼ାପାଳ ଅଂଚଳର ପୂର୍ଣ୍ଣଚନ୍ଦ୍ର ମହନ୍ତ (୩୦), ଖୋର୍ଦ୍ଧା ରଙ୍ଗମାଟିଆ ଅଂଚଳର ସତ୍ୟବ୍ରତ ସାହୁ (୩୧), ଟାଙ୍ଗୀ ଅଭୟପୁର ଭଗତ ବଳ (୬୨)ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩୩ହଜାର ୫୮୦ ଟଙ୍କା ସହିତ ୭ଟି ଲଢ଼େଇ ଗଂଜା, ଗୋଟିଏ ଧାରୁଆ ଛୁରୀ ଏବଂ ନାଲି ରଙ୍ଗର ବାଜାଜ ଆଭେଞ୍ଜର ଗାଡ଼ି, କଳା ରଙ୍ଗର ହୋଣ୍ଡା ଏକ୍ସ ବ୍ଲେଡ ସହିତ ମହେନ୍ଦ୍ରା ଥର କାରକୁ ଜବତ କରି କେସ୍‌ ନଂ. ୫୫୨/୨୧ରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

Get real time updates directly on you device, subscribe now.