fbpx

ମୋହଲା କ୍ଲିନିକରେ ବଡ଼ ଅଘଟଣ: କଫ ସିରପ୍‌ ପିଇ ୩ ଶିଶୁ ମୃତ, ୧୩ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଗଠନ କରିଥିବା ମୋହଲା କ୍ଲିନିକରେ ବଡ଼ ଅଘଟଣ ଘଟିଛି । ଏଠାରୁ କଫ ସିରପ ପିଇ ୩ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ ୧୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ମୋହଲା କ୍ଲିନିକରେ କଫ ସିରପ ଖାଇବା ପରେ ୧୬ ଜଣଙ୍କୁ ଦିଲ୍ଲୀର କଳାବତୀ ସାରନ ଚିଲଡ୍ରେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ଡିରେକ୍ଟୋରେଟ ଅଫ ହେଲ୍ଥ ସର୍ଭିସ, ତା’ ରିପୋର୍ଟରେ ଏପରି ତଥ୍ୟ ଦେଇଛି ।

Get real time updates directly on you device, subscribe now.