fbpx

ଏଠାରେ ଭଡ଼ାରେ ମିଳୁଛି ଜେଲ୍, ରହିବାକୁ କଏଦୀ ବି ରାଜି; ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ସରକାର ବି ପ୍ରସ୍ତୁତ

କୋପେନହେଗନ: କଏଦୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଜେଲ ଭଡ଼ାରେ ନେବାକୁ ଯାଉଛି ଡେନମାର୍କ । ଏହି ବିଷୟରେ ସେ କୋସୋଭୋ ସହିତ ଯୁକ୍ତି କରିଛି, ଯାହା ଅଧିନରେ ୩୦୦ ଜେଲ ସେଲ୍ ଭଡ଼ାରେ ନିଆଯିବ । ୫ ବର୍ଷର ପ୍ରାରମ୍ଭିକ ଅବଧି ପାଇଁ ଡେନମାର୍କ ପ୍ରତିବର୍ଷ ୧୫ ମିଲିୟନ୍ ୟୁରୋ ବା ଭାରତୀୟ ମୂଲ୍ୟରେ ୧,୨୮,୧୭,୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି । ଏହା ସହିତ ଗ୍ରୀନ୍ ଏନର୍ଜି ପାଇଁ ପାଣ୍ଠି ସଂଗ୍ରହରେ କୋସୋଭୋକୁ ସାହାର୍ଯ୍ୟ କରିବା ଡେନମାର୍କ ।

ରିପୋର୍ଟ ମୁତାବକ, ଡେନମାର୍କରୁ ନିର୍ବାସିତ ଅପରାଧୀଙ୍କୁ ଏହି ଭଡା ଜେଲରେ ରଖାଯିବ ଓ ସେମାନଙ୍କ ଉପରେ ଡେନମାର୍କ ଆଇନ ଲାଗୁ ହେବ । କୋସୋଭୋର କାରାଗାରରେ ବର୍ତ୍ତମାନ ୭୦୦ ରୁ ୮୦୦ ବ୍ୟାରେକ ଅଛି, ଯାହାର ବ୍ୟବହାର କରାଯାଉନାହିଁ । ତେଣୁ ବର୍ତ୍ତମାନ କୋସୋଭୋ ସରକାର ସେମାନଙ୍କୁ ଭଡ଼ା ଦେଇ ବାର୍ଷିକ ମୋଟା ଅଙ୍କର ଟଙ୍କା ରୋଜଗାର କରିବେ । କୋସୋଭୋର ଆଇନ ମନ୍ତ୍ରୀ ଅଲବୁଲେନା ହାସିହୁ କହିଛନ୍ତି ଯେ, କୋସୋଭୋକୁ ପଠାଯାଇଥିବା ଅପରାଧୀମାନେ ଅଧିକ ବିପଦପୂର୍ଣ୍ଣ ବନ୍ଦୀ ହେବେ ନାହିଁ । ଆତଙ୍କବାଦ ମାମଲାରେ ଦୋଷୀ ସାବ୍ୟସ୍ତ କିମ୍ବା ଟର୍ମିନାଲ ରୋଗରେ ପୀଡିତ ଅପରାଧୀଙ୍କୁ କୋସୋଭୋକୁ ପଠାଯିବ ନାହିଁ ।

Get real time updates directly on you device, subscribe now.