ଲଞ୍ଚ ହେଲା ASUS ର ବଜେଟ୍ ଲାପଟପ୍, ଦାମ୍ ୩୨,୪୯୦ରୁ ଆର, ରହିଛି ଏହି ସବୁ ଫିଚର୍ସ…

ଗୋଟିଏ ପଟେ କରୋନା ମହାମାରୀ ପରଠାରୁ ଲାପଟପ୍ ଏବଂ ମୋବାଇଲ ଗୁଡ଼ିକର ଦାମ୍ ବଢ଼ିଚାଲିଛି । ଏହାରି ମଧ୍ୟରେ ତାଇୱାନ୍ ଟେକ୍ କମ୍ପାନୀ ASUS ଏହାର ନୂଆ ଲାପଟପ୍ ସିରିଜ୍ ASUS ExpertBook B1400କୁ ଭାରତରେ ଲଞ୍ଚ କରିଛି । ଏହି ଲାପଟପ୍ ରେ ଲେଟେଷ୍ଟ 11th  Gen Intel Core ପ୍ରୋସେସର ରହିଛି । ଏହାକୁ ଆପଣମାନେ ଆସସ୍ ଷ୍ଟୋର କିମ୍ବା ଅନ୍ୟାନ୍ୟ ମାଧ୍ୟମରେ କିଣିପାରିବେ । ଏହାର ଦାମ୍ ୩୨,୪୯୦ରୁ ଆରମ୍ଭ ହେଉଛି । ଏଥିରେ 14 inch ର Full HD IPS Display ରହିଛି । ଏହା ସହ ସ୍କ୍ରିନରେ ଆଣ୍ଟି ଲେୟର କୋଟିଂ ମଧ୍ୟ ରହିଛି । କନେକ୍ଟିଭିଟି ପାଇଁ ଏଥିରେ ଅନେକ ପୋର୍ଟ ମଧ୍ୟ ରହିଛି । ଏଥିରେ Windows 10 କିମ୍ବା Pro ଅପ୍ସନ ଦେଖିବାକୁ ମିଳିବ ।

ଏହି ଲାପଟପ୍ ରେ ତିନିଟି ଭ୍ୟାରିଏଣ୍ଟ ଦେଖିବାକୁ ମିଳିବ । ପ୍ରଥମ ଭ୍ୟାରିଏଣ୍ଟରେ Intel Core i3-111G4 ସହ Intel UHD ଗ୍ରାଫିକ୍ସ୍ ରହିଛି । ଦ୍ୱିତୀୟ ଭ୍ୟାରିଏଣ୍ଟରେ Intel Core i5-1135G7 ସହ Intel Xe  ଗ୍ରାଫିକ୍ସ୍ ଅପ୍ସନ ମିଳିବ । ତୃତୀୟ ଭ୍ୟାରିଏଣ୍ଟରେ Intel Core i7- 1165G7 ସହ Intel Xe ଗ୍ରାଫିକ୍ସ୍ ଅପ୍ସନ ମିଳିବ, ଏଥିରେ ଗ୍ରାହକଙ୍କୁ 2GB Nvidia GeForce MX230 GPU VRAM ଅପ୍ସନ ମଧ୍ୟ ରହିଛି । ASUS ExpertBook B1400  ସିରିଜ୍ ରେ 1 TB M.2 NVMe Pcie 3.0 SSD କିମ୍ବା 2 TB 5400RPM ର ହାର୍ଡ ଡିସ୍କ ଅପ୍ସନ ରହିଛି । ତିନିଟିଯାକ ଭ୍ୟାରିଏଣ୍ଟର RAM କୁ ଆପଣ 48 GB ପର୍ଯ୍ୟନ୍ତ ବଢ଼ାଇପାରିବେ ।

ଏହି ଲାପଟପ୍ ରେ 720pର କ୍ୟାମେରା ସହ କ୍ୟାମେରା ଶିଲ୍ଡ ଏବଂ ମାଇକ୍ରୋଫୋନ ଦିଆଯାଇଛି । କନେକ୍ଟିଭିଟି ପାଇଁ ୱାଇ-ଫାଇ ୮୦୨.୧୧ ax, ବ୍ଲୁଟୁଥ୍, ଇଥରନେଟ୍, ୪ଟି ୟୁଏସବି ପୋର୍ଟ, ଏଚଡିଏମଆଇ ପୋର୍ଟ, ମଲ୍ଟି କାର୍ଡ ସ୍ଲଟ, ଲକ୍ ସ୍ଳଟ୍, ହେଡଫୋନ୍ ଏବଂ ମାଇକ୍ ପୋର୍ଟ, ଭିଜିଏ ପୋର୍ଟ, ଆରଜେ୪୫ (LAN) ପୋର୍ଟ ଦିଆଯାଇଛି । ଲାପଟପ୍ ରେ ନଏଜ କ୍ୟାନ୍ସଲେସନ ସ୍ପିକର ସହ, ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ବ୍ୟାଟେରୀ କହିଲେ ଏଥିରେ ୩ ସେଲ୍ 42Whr ବ୍ୟାଟେରୀ ରହିଛି ଯାହା କମ୍ପାନୀ ଅନୁଯାୟୀ ପ୍ରାୟ ୧୦ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ ଦେବ, ଏହା ସହ 65Wର ଫାଷ୍ଟ ଚାର୍ଜିଂ ଦେଖିବାକୁ ମିଳିବ । ଏହା ସହ ମାଗଣାରେ ୱିଣ୍ଡୋଜ ୧୧ ଅପଗ୍ରେଡ ମଧ୍ୟ କରିପାରିବେ ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବନାହିଁ । ଲାପଟପ୍ ରେ ଆହୁରି ଅନେକ ଫିଚର୍ସ ମଧ୍ୟ ରହିଛି ।