fbpx

ଓସ୍କାର ଦୌଡରେ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘Writing with Fire’: ବାଦ ପଡିଲା ଭାରତର ଅଫିସିଆଲ ଏଣ୍ଟ୍ରି କୁଝାଙ୍ଗାଲ

ନୂଆଦିଲ୍ଳୀ: ଏକାଡେମୀ ଅଫ୍ ମୋସନ ପିକଚର୍ସ ପକ୍ଷରୁ ୯୪ ତମ ଓସ୍କାର ପୁରସ୍କାର ପାଇଁ ଫିଲ୍ମ ଗୁଡିକୁ ଶର୍ଟ ଲିଷ୍ଟ କରାଯାଇଛି । ଏହି ତାଲିକାରୁ ଭାରତର ଅଫିସିଆଲ ଓସ୍କାର ଏଣ୍ଟ୍ରି କୁଝାଙ୍ଗାଲ(ପେବେଲ୍ସ) ବାଦ ପଡିଥିଲେ ହେଁ ପ୍ରାମାଣିକ ଚଳଚିତ୍ର ବର୍ଗରେ ଭାରତୀୟ ଫିଲ୍ମ ରାଇଟିଙ୍ଗ ୱିଥ୍ ଫାୟାରକୁ ଶର୍ଟଲିଷ୍ଟ କରାଯାଇଛି । ରିଟ୍ନୁ ଥୋମାସଙ୍କ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମରେ ଜଣେ ଦଳିତ ମହିଳାଙ୍କ କାହାଣୀ ଦେଖିବାକୁ ମିଳିଛି । ଏକ ଖବର କାଗଜ ଚଳାଉଥିବା ଦଳିତ ମହିଳାଙ୍କୁ କଣ କଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତାହା ଦେଖିବାକୁ ମିଳିଛି । ବେଷ୍ଟ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ଏହି ଫିଲ୍ମଟି ମନୋନୀତ ହୋଇଛି । ଏହି ବର୍ଗରେ ଆର ଜେ କଲ୍ଟରଙ୍କ ଲିଟିଲ ବ୍ଲରି ଏବଂ ଜୁଲି କୋହେନଙ୍କ ଜୁଲିଆ ଭଳି ଫିଲ୍ମ ସହିତ ଏହା ପ୍ରତିଦ୍ୱନ୍ଦିତା କରିବ ।
ସମୁଦାୟ ୧୦ଟି ବର୍ଗରେ ଓସ୍କାର ପ୍ରଦାନ କରାଯାଉଥିବା ବେଳେ ମାର୍ଚ୍ଚ ୨୭ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ । ଶର୍ଟଲିଷ୍ଟ କରାଯାଇଥିବା ବିଭିନ୍ନ ବର୍ଗର ଫିଲ୍ମ ଗୁଡିକ ମଧ୍ୟରୁ କିଛି ଫିଲ୍ମକୁ ଚୟନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ । ଫେବୃୟାରୀ ୮ ତାରିଖରେ ଫାଇନାଲ ନୋମିନି ମାନଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.