fbpx

ଉଠା ଦୋକାନୀଙ୍କ ପାଇଁ କୋଭିଡ୍ ସହାୟତା କଲେ ମୁଖ୍ୟମନ୍ତ୍ରୀ, ମିଳିବ ଏତିକି ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପଥପାଶ୍ୱର୍ ବିକାଳୀ ଓ ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ରାସ୍ତାକଡ଼ର ତାଲିକାଭୁକ୍ତ ବିକାଳିଙ୍କ ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ । ଏନେଇ ଆଜି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛି ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରାୟ ୧ ଲକ୍ଷ ୧ ହଜାର ଉଠା ଦୋକାନୀ ଏହାଦ୍ୱାରା ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି ।

ମୁଖ୍ୟମନ୍ତ୍ରୀ ଆଜି ଏହି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ଅବସରରେ କୋଭିଡ୍ ସତର୍କତା ଅବଲମ୍ବନ କରିବାକୁ କହିଥିଲେ । ସେ କହିଥିଲେ ଯେ, ଉଠା ଦୋକାଦୀ ମାନେ ଅଧିକ ସତର୍କ ରହିବା ଦରକାର, ନିୟମ ସଠିକ ରୂପେ ପାଳନ କରନ୍ତୁ । ୭୦ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯିବ । ଏଥିପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.