fbpx
BSKY
BJD MC SKY
BJD MS SKY

ଓମିକ୍ରନ ପାଇଁ ଘୁଞ୍ଚିବ କି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ: ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିଶନଙ୍କୁ କ’ଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବର୍ତ୍ତମାନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର୍ କରିଛି । ମାତ୍ର ଦୁଇ ଦିନ ମଧ୍ୟରେ ଏହି ଭାରିଆଣ୍ଟ ଦ୍ରୁତ ବେଗରେ ୧୦୦ ଜଣଙ୍କୁ ସଂକ୍ରମିତ କରିଥିବାରୁ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଓମିକ୍ରନ ପୂର୍ବ ଭାରିଆଣ୍ଟ ଡେଲଟା ଅପେକ୍ଷା ଅଧିକ ସଂକ୍ରାମକ ହେବା ସହ ଏହାର ପ୍ରଭାବରେ ଆସନ୍ତା ଫେବୃଆରୀରେ ଦେଶରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ତେବେ ଆସନ୍ତା ୨୦୨୨ ପ୍ରାରମ୍ଭରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତା’ ପୂର୍ବରୁ ଉକ୍ତ ରାଜ୍ୟଗୁଡ଼ିକରେ ନିର୍ବାଚନୀ ପ୍ରଚାର ନିଶ୍ଚିତ ଜମିବ । ତେଣୁ ତାହାକୁ ବିଚାର କରି ଉତ୍ତରପ୍ରଦେଶ ହାଇକୋର୍ଟ ରାଜ୍ୟରେ ନିର୍ବାଚନ ବନ୍ଦ କରିବାକୁ କହିଛନ୍ତି । ଏଥିସହ ନିର୍ବାଚନୀ ରାଲି ବନ୍ଦ ନେଇ ଖବରକାଗଜ ଓ ଟେଲିଭିଜନ ଆଦିରେ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିଶନଙ୍କୁ ଆହ୍ୱାନ ଦେଇଥିବା ଜଣାପଡ଼ିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ଉତ୍ତରପ୍ରଦେଶ ପାଇଁ ଏପରି କଟକଣା ଲାଗୁ କରିବାକୁ ହାଇକୋର୍ଟଙ୍କ ଅର୍ଡର ରହିଛି, ତେବେ ଆଗାମୀ ଦିନରେ ନିଶ୍ଚିତ ଭାବେ ଅନ୍ୟ ରାଜ୍ୟଗୁଡ଼ିକରେ ଅନୁରୂପ ନିୟମ କାର୍ଯ୍ୟକାରୀ ହେବା ବିଧେୟ । କାରଣ ଆସନ୍ତା ଫେବୃଆରୀ-ମାର୍ଚ୍ଚରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ପରି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ତୃତୀୟ ଲହରରୁ ଦେଶବାସୀଙ୍କୁ ବଞ୍ଚାଇବାକୁ ଆହ୍ଲାବାଦ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ହାଇକୋର୍ଟଙ୍କ ମତରେ ଯଦି ଜୀବନ ଥିବ, ତେବେ ଆଗାମୀ ଦିନରେ ଏପରି ଅନେକ ନିର୍ବାଚନୀ ପ୍ରଚାର, ରାଲି ହୋଇପାରିବ । ତେଣୁ ଏନେଇ ବିଚାର କରି ନିର୍ବାଚନ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓମିକ୍ରନ ପାଇଁ ଚୀନ, ବ୍ରିଟେନ, ନରୱେ, ନେଦରଲାଣ୍ଡସ, ଜର୍ମାନୀ, ଫ୍ରାନ୍ସ ଆଦି ଦେଶରେ ଲକଡାଉନ କଟକଣା ଲାଗୁ ହୋଇଛି । ଅପରପକ୍ଷେ ଦେଶରେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ଘୁଞ୍ଚିବା ଘୋଷଣାକୁ ଏଡ଼ାଇ ଦିଆଯାଇ ନପାରେ ।

Get real time updates directly on you device, subscribe now.